Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyadhar Mantry

Romance Inspirational Others

4  

Bidyadhar Mantry

Romance Inspirational Others

କଥା ଲୁଚିଛି

କଥା ଲୁଚିଛି

1 min
330



କଥା କଣ, କିଛି ତ କୁହ

ଏକୁଟିଆ ଏତେ ବେଦନା ସହୁଛ

ଅଥଚ, କିଛି କହି ନାହଁ କି କହୁ ନାହଁ

ହୃଦୟର ଭାବକୁ ଏମିତି ଲୁଚାଅ ନାହିଁ।


ଓଦା ଓଦା ଆଖି କୋଣରେ ଲୁହ

ଦୁଃଖ ଅଭାବରେ ହିଁ ଲୁହ 

ଦୁଃଖ ଓ ଅଭାବକୁ ଜାଣିବାକୁ ଦିଅ

ଏକୁଟିଆ ସହିବା ସହିତ

ସେହି ଦୁଃଖରେ ସାମିଲ କରାଅ।


ସାଥିରେ ଥିଲେ, ଏବେ ବି ସାଥିରେ

ଦୁଃଖ ଓ ସମସ୍ୟା ,ଯାହା ବି ହେଉ

ସମାଧାନ ହେଉ ମିଳିମିଶି

ଆଉ ଅଚିହ୍ନା ଭାବ ନାହିଁ

ଯାହା ବି ହେଉ ,ଆଉ ଭୟ କରିବାର ନାହିଁ ।


ତୁମର ଏ କାହାଣୀ, ମାନି ନେବି

ନିଜେ ନିଜେ ବୁଝିବା କଷ୍ଟ

ବୁଝାଇବାକୁ ଚେଷ୍ଟା କର

ତୁମ ଉପସ୍ଥିତି ହିଁ କାମ୍ୟ

ହୃଦୟ ରେ କଥା ଲୁଚି ରହିଛି

ଏବେ ତ କିଛି କୁହ ନା !


ଦୁଃଖ ଓ ସୁଖ,

ଏବେ ସୁଖ କୁ ବରଣ କର

ଆଉ ଅଣନିଶ୍ୱାସି ହେବାକୁ ହେବନି

ଅନ୍ଧାର ଦୂରେଇ ଯିବ

ଜୁଳୁ-ଜୁଳିଆ ହିଁ ଯଥେଷ୍ଟ

ହୃଦୟରେ ଦୃଢ଼ତା ରଖ

କଥା ଲୁଚିଛି, ହୃଦୟ ଭିତରେ

ଏବେ ତ ସବୁ ଖୋଲି କହି ପାରିବ ନା !



Rate this content
Log in

Similar oriya poem from Romance