STORYMIRROR

Panchanan Jena

Romance

4  

Panchanan Jena

Romance

ସାତରଙ୍ଗ ବଦଳେ

ସାତରଙ୍ଗ ବଦଳେ

1 min
235

କବିତା - ସାତରଙ୍ଗ ବଦଳେ
ରଚନା - ପଞ୍ଚାନନ ଜେନା
ତାରିଖ -୧୭-୦୩-୨୦୨୫

ମୋ ଦେହ ଦେଉଳେ ସାତରଙ୍ଗ ବଦଳେ
ଅନ୍ୟରଙ୍ଗ ବୋଳିଦିଅ ପ୍ରୀୟ
ସେ ରଙ୍ଗ ଫଗୁରେ  ସ୍ନେହ ପ୍ରୀତି ଶ୍ରଦ୍ଧାରେ
ମିଳୁ ଅପାର ଆନନ୍ଦ ଅମୀୟ

ଭାବନାର ରଙ୍ଗ ଲେପିଦେବ ସର୍ବାଙ୍ଗ
ପରତେ ନ ଯିବ ଭୂଲି ନହୁଲି
ବରଷକେ ଥରେ ଫୁଲ ସହରରେ
ବିରହିଣୀ ଖେଳିବ ହୋଲି ଭୋଲି

ସେ ଭାଙ୍ଗ ଗ୍ଲାସରେ ସେ ରଙ୍ଗ ରୋଷଣୀରେ
ହେଉ ବିଶ୍ୱାସ ବନ୍ଧନ ଅତିଶୟ
ସେ ଉମଙ୍ଗ ବର୍ଣ୍ଣାଳୀରେ ସେ ସାଙ୍ଗ ମେଳରେ
ବଢୁ ସମ୍ମାନ ମର୍ଯ୍ୟାଦା ଅନୁନୟ

ସେ ଖୁସି ବଳୟରେ ସେ ନାଚଗୀତ ଭିଡ଼ରେ
ବାଣ୍ଟୁ ପ୍ରେମ ମୈତ୍ରୀ ରସମୟ
ସେ ସ୍ନେହଭରା ପିଚକାରୀ ସେ ହୋଲି ଦରବାରୀ
ଆଣୁ ହର୍ଷ ଭଲ୍ଲାସ ସବିନୟ

ସେ ଅବିର ଟିକାରେ ସେ କୁଣ୍ଢା କୁଣ୍ଢିରେ
ମହଣ ମହଣ ଅଳନ୍ଧୁ ଅଥୟ
ସେ ମିଠା ଦହିବରାରେ ସେ କୋଳା କୋଳିରେ
ଦେଖୁ ଭାଇପଣ ସର୍ବାଗ୍ରେ ମିଠାମୟ

ସେ ଦୋଳ ମେଳଣରେ ସେ ବିମାନ ଯାତ୍ରାରେ
ଦୋଳଗୋବିନ୍ଦମୟ ସମୟ
ସେ ଗଉଡ଼ ପୂର୍ଣ୍ଣିମାରେ ସେ ବାଡିଖେଳ ଭିଡ଼ରେ
ଭୁଲୁ ପୂର୍ବ ଅସୂୟାପୂର୍ଣ୍ଣ ବଳୟ

ଶୁଭୁ ହ୍ୟାପି ହୋଲିର ଶୁଭେଛା ସଦିଛା
କର ମର୍ଦ୍ଦନ ରଙ୍ଗ ବର୍ଷଣ  ସହ
ଏକାକାର ହେଉ ଏ ସାରା ଜଗତ ଯାକ
ଜୈବିକ ଅବିର ଅର୍ପଣ ମହ ମହ


Rate this content
Log in

Similar oriya poem from Romance