STORYMIRROR

Ramani Kanta Sahu

Romance

4  

Ramani Kanta Sahu

Romance

ମୁଁ ଟିକେ ରୋମାଣ୍ଟିକ୍ ହୋଇଯାଏ ବସନ୍ତ ଆସିଲେ

ମୁଁ ଟିକେ ରୋମାଣ୍ଟିକ୍ ହୋଇଯାଏ ବସନ୍ତ ଆସିଲେ

1 min
157


ମୁଁ ଟିକେ ରୋମାଣ୍ଟିକ୍ ହୋଇଯାଏ ବସନ୍ତ ଆସିଲେ

ମୁଁ ସାଜେ ନାୟକ ଏବଂ ନାୟିକାମାନଙ୍କ ମେଳରେ

ଘୁରିବୁଲେ ସ୍ବପ୍ନ ଦୁନିଆଁ ରେ

କାହିଁକି ନା

ମୁଁ ଟିକେ ରୋମାଣ୍ଟିକ୍ ହୋଇଯାଏ ବସନ୍ତ ଆସିଲେ। 


ଅମାବାସ୍ଯା ରାତିରେ ଦେଖେ ମୁଁ ପୁନେଇଁ ଜହ୍ନ

ଶାମୁକା ଭିତରେ ଖୋଜେ ମୁକ୍ତା

ମରୁଭୂମି ରେ ଦେଖେ ମୁଁ ଚିର ସବୁଜ ବନାନୀ

ଏବଂ ସାଦା କାନ୍ ଭାସ୍ ରେ ଦେଖିପାରେ

ସ୍ବପ୍ନ ନାୟିକା ର ପ୍ରତିଛବି

କାହିଁକିନା

ମୁଁ ଟିକେ ରୋମାଣ୍ଟିକ୍ ହୋଇଯାଏ ବସନ୍ତ ଆସିଲେ । 


ମନରେ ଖାଲି ଉଙ୍କିମାରେ 

ମାୟାଧର ମାନସିଂହଙ୍କ କବିତା

ନିଶବ୍ଦ ସ୍ଥାନରେ ଶୁଣେ

ମଧୁର ସ୍ବର ଗୁଞରଣ 

ଅପଳକ ନୟନରେ ଚାହିଁ ରହିଥାଏ ଆସିବା ବେଳକୁ

କାହିଁକିନା

ମୁଁ ଟିକେ ରୋମାଣ୍ଟିକ୍ ହୋଇଯାଏ ବସନ୍ତ ଆସିଲେ । 


Rate this content
Log in

Similar oriya poem from Romance