STORYMIRROR

Bishnupriya Sahoo

Romance Classics

4  

Bishnupriya Sahoo

Romance Classics

ରାଇ ଦାମୋଦର

ରାଇ ଦାମୋଦର

1 min
404

ମନ୍ଦ ମନ୍ଦ ବହେ ମଳୟ ପବନ
ମନ୍ଦ ମନ୍ଦ ହସେ କାହ୍ନୁ
ଫଗୁଣ ଖେଳଇ ଲୁଚକାଳି ଖେଳ
ଲୁଚାଏ ରାଧିକା ତନୁ

ନଟନାଗର ସେ ଯମୁନା ର ତୀରେ
ବଜାଏ ଛଳରେ ବଂଶୀ
ଜାଣିଛି ସେ ରାଇ ବଂଶୀ ସୁରେ ବାଇ
ପାଖରେ ବସିବ ଆସି

ଗୋପ ଗୋପାଳୁଣୀ ହେଲେ ପାଗଳିନୀ
ଲଳିତା ବିଶାଖା ସଖି
ଚନ୍ଦ୍ରସେନ ଜଗେ ଦୁଆର ବନ୍ଧରେ
ରାଧା ମନେ ହୁଏ ଦୁଃଖି

ଫଗୁ ଅବିରରେ ଗୋପ ପୁର ପାଳେ
ଆନନ୍ଦେ ଫଗୁ ପୂର୍ଣ୍ଣମୀ 
ରାଧାରାଣୀ ଝୁରେ ରଙ୍ଗର ରୋଷଣୀ
ଜଗି ବସିଛନ୍ତି ସ୍ବାମୀ

ସ୍ବାମୀ ଙ୍କୁ ଲୁଚାଇ ପ୍ରିୟ ସଖି ଦୁଇ
ଆଣିଲେ କଦମ୍ବ ମୂଳେ
ଯମୁନା ର ପାଣି କୁଞ୍ଜ କାଦମ୍ବିନୀ
ଗୋପ ନଗର ଉଚ୍ଛୁଳେ

କାହ୍ନୁ ଦେଖିଦେଲେ ରାଧିକା ରାଣୀକୁ
ହସ୍ତେ ବୋଳି ଫଗୁ ରଙ୍ଗ
ଗାଲରେ ଲଗାଇ ଫଗୁଣ ରଙ୍ଗଣୀ
ବିରହ ହୋଇଲା ଭଙ୍ଗ

ପ୍ରେମମୟ ହେଲା ଗୋପ ବୃନ୍ଦାବନ
ପ୍ରେମୀ ଗୋପ ଗୋପାଳୁଣୀ
ରାଇ ଦାମୋଦର ରଙ୍ଗ ଖେଳ ଦେଖି
ଆନନ୍ଦେ ନାଚେ ଧରଣୀ

ପ୍ରେମ ବାର୍ତ୍ତା ନେଇ ଆସିଛି ଏ ହୋଲି
ରାଗ ରୋଷ ଭୁଲି ଯାଇ
ଖୁସିର ପ୍ରତୀକ ସାତ ରଙ୍ଗ ସେତ
ଜଗତେ ଖୁସି ବାଣ୍ଟଇ        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Bishnupriya Sahoo

Similar oriya poem from Romance