STORYMIRROR

Prasanta Kumar Behera

Romance Classics Inspirational

4  

Prasanta Kumar Behera

Romance Classics Inspirational

କେବଳ ତମପାଇଁ....

କେବଳ ତମପାଇଁ....

1 min
283

କେବଳ ତମପାଇଁ....


 ଆମ ପ୍ରେମୀ ଜୀବନର

 ଯେତେ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ

 ଯେତେ ବର୍ଷା, ଶରତ, ବସନ୍ତ

ସଭିଏଁ ସାକ୍ଷୀ ଆମ ପ୍ରଣୟର


 ମୋ ଜୀବନର ବେଳାଭୂମିପରେ

 ଝଂକୃତ ଏ କାହାର ସ୍ୱର ?

ଏ ସ୍ୱର ତ ତମର ପ୍ରିୟା

 ତମେ ମୋର ମନ୍ତ୍ର ଆଉ ସ୍ତୋତ୍ର l


 ଆସିଛି ବତାସ ଝଡ଼,

 ଦିଶିନାହିଁ ଚନ୍ଦ୍ରମା ରାତିରେ

 ପାଶେ ପାଶେ ରହି ଆମେ

 ଭୁଲି ଅଛେ ସବୁ ଦୁର୍ବିପାକ


 ଆମ ହୃଦୟ ମୁକୁରେ

 ପ୍ରେମ ଦେଖେ ତା'ର ମୁଖ

 ଅବିଚଳ ରହି ଅଛେ ବନ୍ଧା

ଆମେ ସୁବର୍ଣ୍ଣ ଡୋରିରେ l


 ପଞ୍ଚବିଂଶ ବର୍ଷ ପରେ ମଧ୍ୟ

ଆଗୋ ପ୍ରିୟତମା

ସହସ୍ର ଗୋଲାପ ଫୁଟେ

ତମ ତନୁ ବଗିଚାରେ


 ଚିରସବୁଜ ତମେ ଆଉ ମୁଁ

 ପ୍ରେମ ମଧୁତଟ ପରେ

 ଚତୁର୍ଦ୍ଦିଗେ ଖେଳେ ମଧୁବାସ୍ନା,

 ପ୍ରଜାପ୍ରତିଙ୍କ ରୋଷଣୀ l


 


Rate this content
Log in

Similar oriya poem from Romance