STORYMIRROR

Gyanaranjan Nayak

Inspirational

4  

Gyanaranjan Nayak

Inspirational

ପାପୀ ଏଠି ପ୍ରଭୁ ଯାଉଛି ବଳି

ପାପୀ ଏଠି ପ୍ରଭୁ ଯାଉଛି ବଳି

1 min
520


ରାଜ୍ୟ,ଦେଶ ଆଉ        ପୃଥିବୀ ଅବସ୍ଥା,

        ଭଲ ନାହିଁ ଚର୍ଚ୍ଚା ଚାଲିଛି,

ଦୋଷ ଦିଆ ନିଆ,        କାଦୁଅ ଫିଙ୍ଗାରେ,

        ଟିଭି ବାଲା ଘିଅ ଢାଳୁଛି ।


ଲାଞ୍ଚ ଖିଆ ଏଇ         ଟିଭି ସାମ୍ବାଦିକ,

        କ୍ଷମତା ରେ ଶ୍ରେଷ୍ଠ ବନିଛି,

ନେତା ଅଫିସର,        ତଳଠୁ ଉପର,

        ସମ୍ବାଦିକେ ଡରି ମରୁଛି ।


ଓଧ ନେତା ସଙ୍ଗେ        ବଣଭୁଆ ହୋଇ,

        ଜନତା ଟିଭିକୁ ଚାହିଁଛି,

ଭଲ ଏ ସର୍କାର,         ନେତା ଅଫିସର,

        ଜିନ୍ଦାବାଦ୍ ଦେଶ କମ୍ପୁଛି।


ଭଲ ନୁହେଁ ଯଦି         ଟିଭି ବାଲା କୁହେ,

        ସର୍କାର ବଦଳି ଯାଉଛି,

ଗରିବ, ଭିକାରୀ,        ମଧ୍ୟବିତ୍ତ ଟିଏ,

        ମୃତ୍ୟୁକୁ ନିକଟୁ ଦେଖୁଛି।


ଧନୀ ଧନ୍ୟବାଦ         ଦେଇ ପଦ୍ଧତିକୁ,

         ନିଜକୁ କୁବେର ମଣୁଛି, 

ବଡ ବଡିଆ ଙ୍କ,         କ୍ରୁର ବୁଦ୍ଧି ଯୋଗୁ

         ଦୁଃଖ ନିରୀହ ଙ୍କୁ ପେଷୁଛି।


ଦୋଷୀ ଏଠି ଗୋଟା      ଅରୁଆ ଚାଉଳ,

         ଭୋଗୁଛି ଯେ ଦୋଷ ନେଉଛି,

ଦ୍ଵନ୍ଦ, ଦ୍ୱେଷ, ହିଂସା,      ପରଶ୍ରୀକାତର,

         ସବୁରି ମନରେ ଭରିଛି ।


ବୁଝେ କେ ନବୁଝେ       ବାର୍ତ୍ତା,କର୍ମ ମର୍ମ,

        ସ୍ୱାର୍ଥ ଚିତ୍ତେ ମତ ଦେଉଛି,

ମିଛ,ସତ, ଧର୍ମ,         ଅଧର୍ମ କେଉଁଟା

        ବ୍ୟକ୍ତିଗତେ ଭିନ୍ନ ହେଉଛି ।


ମୋତେ ଛାଡ଼ି କେହି       ଜାଣିନି ଯେ କିଛି,

         ମୁଣ୍ଡରେ ସବାର ହେଇଛି,

"ମୁଁ,ମୋର", ବାକ୍ୟ କୁ,     ନ ଯୋଡିଲେ କେହି,

         ଭାଷା ଟେ ନା କହି ପାରୁଛି ।


ଶ୍ରଦ୍ଧା ନାମେ ଡାକ        ମା' ହୃଦ ସ୍ପନ୍ଦନ

         ସେ ନାମ ଅଡୁଆ ଲାଗୁଛି,

ଶ୍ରୀଯୁକ୍ତ, ଶ୍ରୀମାନ,        ନ ଯୋଡି ଯେ ଡାକେ,

         ଗାଉଁଲି ରେ ଗଣା ଯାଉଛି ।


ସ୍ନେହ, ଶ୍ରଦ୍ଧା ଏବେ        ବଜାର ସଉଦା,

         ବଦଳ ଦେଲେ ଯା ମିଳୁଛି,

ସେବା ପ୍ରତିଶ୍ରୁତି,         ଇସ୍ତାହାରେ ମିଳେ,

        ପାଞ୍ଚବର୍ଷ ପାଇଁ ଘୋଷୁଛି ।


ଜଗାକାଳିଆ ରେ         ଚକାଡୋଳିଆ ରେ,

         ଏ କି ତୋ ନିର୍ଦ୍ଦେଶେ ହେଉଛି

କି ଭାବିବି ଆଉ,          ଶଙ୍ଖ,ଚକ୍ର ଥାଉ,

         ପାପୀ ଯଦି ବଳି ଯାଉଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational