STORYMIRROR

Surjyakanta Dash

Inspirational Others

4  

Surjyakanta Dash

Inspirational Others

ହିମବୀର

ହିମବୀର

1 min
85

ନିଜ ପାଇଁ ନୁହେଁ   ମା' ପାଇଁ ସିଏ

     ଘୋଡେଇ ବରଫ ଚାଦର

ଭାରତ ମାତାର    ଯୋଗ୍ୟ ସନ୍ତାନତୁ

     ବଜ୍ର ସମାନ ବକ୍ଷ ତୋହର ।୧।


ଉଚ୍ଚ ପରବତେ     ତୁଷାର ପବନକୁ

      କରୁ ତୁହି ହେୟ ଜ୍ଞାନ

ଗୁଳିର ଜବାବ     ଗୁଳିରେ ଦେଇତୁ

    ସଦା ରଖିଛୁ ତୁ ମାର ମାନ ।୨।


ଭ୍ରୁକ୍ଷେପ ନାହିଁ      ଶତ୍ରୁ ସୈନ୍ୟଙ୍କୁ

    ଦେଶ ସୀମାର ତୁ ରକ୍ଷକ

ସମର ପ୍ରାଙ୍ଗଣେ    ତୁ ମହାବୀର

   ହାତେ ଥିଲେ ତୋର ବନ୍ଧୁକ ।3।


କିଞ୍ଚିତ ଆଶା ଅଭିଳାଷା ନାହିଁ ତୋର

      ଡର ଟିକେ ମନେ ନାହିଁ

ସଦା ଦିବାରାତ୍ରି     ଜାଗ୍ରତ ପ୍ରହରି

      ଦେଶ ମାତୃକା ପାଇଁ ।୪।


ପ୍ରକୃତିର କୋପ     ସବୁ ସହି ଅଛୁ

        ସର୍ବସ୍ବ ସମର୍ପିଛୁ

ଘର ଦ୍ବାର ଛାଡି     ମାଟି ମା ପାଇଁ

     ଯାଇ ଏକା ଏକା ଲଢୁଛୁ ।୫।


ଧନ୍ୟ ଧନ୍ୟ ବୀର  ତୋ ସାଧନାର ପଥ

      ହୋଇ ଏତେ କଣ୍ଟକିତ

ଟେକ ରଖିବୁ ରେ     ତୁ ଏକା ଯାହା

        ନ ହୋଇ ଭୟବିତ ।୬।


ମାତୃଭୂମି ଆଜି   ତୋ କର୍ମ ଭୂମି ସାଜି

     ଦେଶ ଭକ୍ତି ତୋର ମାଗେ

ତୁମ ପାଇଁ ପରା  ଏ ମା ସନ୍ତାନ ମନରେ

    ଦେଶ ମାତୃକାର ଭକ୍ତି ଜାଗେ ।7।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational