ଭାରତ ମୋର ଜନ୍ମଭୂମି
ଭାରତ ମୋର ଜନ୍ମଭୂମି


ଭାରତ ମୋର ଜନ୍ମଭୂମି
ସେହି ତ ମୋର କର୍ମଭୂମି
ମାଆ ସେ ମୋର ମାଆ ମୁଁ ତାର ସନ୍ତାନ।
ତାର ମାଟି ପାଣି ପବନ ବାଜି
ତା କୋଳେ ବଢ଼ୁଛି ମୋ ଜୀବନ ଆଜି
ସେହି ମୋର ସ୍ନେହମୟୀ ଅଟେ ପୂଣ୍ୟଭୂମି ।
ମାଆ ସେ ମୋର ମାଆ ମୁଁ ତାର ସନ୍ତାନ।
ଜୀବନ ଦେଇ ରଖିବି ତାର ସମ୍ମାନ
ତା ସେବାରେ ଜୀବନ ମୋ ହୋଇବ ଧନ୍ୟ
ସେହି ମୋର ଆପଣାର ପ୍ରିୟ ମାତୃଭୂମି ।
ମାଆ ସେ ମୋର ମାଆ ମୁଁ ତାର ସନ୍ତାନ।
ସ୍ୱାଧୀନତା ପାଇଁ ମୋର ଏ ଜୀବନ ଦେଇ
ଲଢ଼ିବି ମୁଁ ଲଢ଼ୁଥିବି ସ୍ୱାଧୀନତା ପାଇଁ
ସେହି ମୋର ଆପଣାର ପ୍ରିୟ ଜନ୍ମଭୂମି ।
ମାଆ ସେ ମୋର ମାଆ ମୁଁ ତାର ସନ୍ତାନ।