ପ୍ରଣୟର ଲହର
ପ୍ରଣୟର ଲହର
କହି ଜାଣିଲେ କଥା ସୁନ୍ଦର,
ଗଢି ଜାଣିଲେ ଘର ସୁନ୍ଦର,
ଦେଖି ଜାଣିଲେ ରୂପ ସୁନ୍ଦର,
ବୁଝି ପାରିଲେ ଏ ମନ ସୁନ୍ଦର |୧|
ତୁମେ ହେଲ ଫୁଲ ସୁନ୍ଦର,
ମୁଁ ହେଲି ବୁଲୁଥିବା ଭ୍ରମର,
ପ୍ରେମ ରହୁ ଆମର ମଧୁର,
ସୃଷ୍ଟି କରିବା ନୂଆ ସଂସାର|୨|
ମୋ ଆସକ୍ତି ହେଲା ଅତି ଅପାର,
ପ୍ରେମ ଆମେ କରିବା ସବୁ ପ୍ରହର,
ତୁମର ଅଭାବ କରେ ଯେ ଅଧୀର,
କେବେ କମିବନି ପ୍ରଣୟର ଲହର |୩|

