STORYMIRROR

Amit Bal

Abstract Romance Classics

4  

Amit Bal

Abstract Romance Classics

(୧୦)# ଶୀତ ମୋ ସ୍ମୃତିରେ #

(୧୦)# ଶୀତ ମୋ ସ୍ମୃତିରେ #

1 min
247

ଏବେବି ଫି ବର୍ଷ ଶୀତ ଆସେ ମୋ ସ୍ମୃତିରେ

ମୋ ଝର୍କା ପାଖ ଝାପସା ଝାପସା କୁହୁଡି ଭିତରେ

ସଂଜ ନଇଁ ଗଲା ପରେ ନିଶିର ପ୍ରଥମ ଛୁଆଁରେ ,

ଓଦା ଓଦା ପ୍ରେମର ପରଶ ନେସି ଦେବା ପାଇଁ

ରୁଷି ଯାଇଥିବା ମୋ ପ୍ରିୟାର ଗୋଲାପି ଅଧରରେ ......


ମନେପଡେ ପବନର ସୁସୁରିରେ ମୋ ଶୈଶବର ନୀରିହତା

ପ୍ରିୟାପାଇଁ ସଞ୍ଚିତ ସ୍ଵପ୍ନର ସେ ମିଠାମିଠା ମଧୁଝରା ମଧୁରତା,

ପୁଣି ପ୍ରୀତିର ଦୂଆରେ ଆତୁର ଆଖିର ଅପ୍ରାପ୍ତିର ଝଡ

ସକାଳ ଅପେକ୍ଷାରେ ଉଛୁରେ ସାରାରାତି ଲେଉଟିବା କଡ,


ଶୀତରାତି ନିଶ୍ଚିତରେ ଆବେଗର ସମ୍ଭାର ତଳେ 

ତୃଷ୍ଣାୟିତ ହୃଦୟର ଛଳ ଛଳ କଥା,

ଅୟସ ଆୟୁଷର ଶିହରିତ ଅନ୍ତିମ ବିଦାୟ ବେଳେ

ଅନ୍ତରଙ୍ଗ ବିଭୋରପଣର ଅସମାପ୍ତ ମାଦକତା ......


କହିପାର ସମର୍ପଣ ଏବଂ ସମର୍ପିତର ମୂର୍ଚ୍ଛିତ ସ୍ବର

ପ୍ରଣୟର ଅୟୁତଚୁମ୍ବନ ମଧ୍ୟେ ଲୁହ ଆଉ କୋହର ଧାର,

ତଥାପି ଶୀତ ମୋ ପାଇଁ ଅଭିଶପ୍ତ ଅହଲ୍ୟା ମାଟିରେ

ଚିରକାଳ ଦ୍ଵିତୀୟା ତିଥିର ମୋହିନୀ ଜହ୍ନ

ଯିଏ ସୁନେଲି ସ୍ମୃତି ମାନଙ୍କୁ ସିନ୍ଦୁକରେ ତାଲା ପକେଇ

ନିରନ୍ତର ନିଜ ଚାହାଁଣୀରେ ଚୋରି କରୁଥାଏ ମନ ....

      



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract