STORYMIRROR

Narayan chandra Senapati

Action Others

3  

Narayan chandra Senapati

Action Others

ହେ ପ୍ରଳୟ

ହେ ପ୍ରଳୟ

1 min
157

ହେ ଛଦ୍ମବେଶୀ ବିଧ୍ଵଂସକାରୀ ପ୍ରଳୟ

କାହିଁକି ନିଷ୍ଠୁର ହୋଇ ଆସ

ସାଜି ବହୁରୂପୀ ଏଣ୍ଡୁଅ 

ବୁଲାଇବାକୁ କଳାକନା

ମୋ ସୁନ୍ଦର ଧରଣୀ ବୁକୁରେ ?

ଅନ୍ତରରେ ତୁମ ହଳାହଳ ବିଷ

ଭାବନାରେ ତୁମ ପ୍ରଲୟର ଅଗ୍ନି

ଆଉ ହାତେ ରଂଗାଇ କଳା କୋଇଲା ବର୍ଣ୍ଣ

ବୀରଦର୍ପେ କମ୍ପମାନ କରି

ଧାରାଶାୟୀ କରୁଛ ମୋ ପ୍ରିୟ ଅଧିବାସୀଙ୍କୁ।

ଆଜି ମା କାନ୍ଦୁଛି ହରାଇ ତା ପୁତ୍ର

ସିନ୍ଦୁର ପୋଛି ସ୍ତ୍ରୀଟା ବାହୁନି କାଁଦ୍ଜଛି

ପୋଛି ସୀମନ୍ତ ସିନ୍ଦୁର ପିନ୍ଧୁଛି କଳଙ୍କ ଗାର

ଜାତି ହରାଇ ତା ସମ୍ପଦ,

କାନ୍ଦୁଛି ଧକେଇ ଧକେଇ

କାଲି ଯେ ଥିଲା ସଜୀବ

ଆସନ୍ତା କାଲି ଜଳିବ ତା ଚିତା ଭସ୍ମ

ଦିଶିଵ.. ଠିକ୍ ତୁମ ହାତର କଳା ବର୍ଣ୍ଣ ପରି।

ଜଟିଳ କରିଦେଲ କୁଶଳୀ ଅଙ୍କା ମାନଚିତ୍ରକୁ

ପାଉଁଶ କରିଦେଲ ଆକାଂକ୍ଷିତ ଭୂଗୋଳକୁ

କେବଳ ଟିକିଏ ବଡିମା ପାଇଁ

ବିଜ୍ଞାନକୁ ସଜାଇଲ ବିମାତା

କଲ ଭସ୍ମ ଏ ମେଦିନୀ.. ଲିପିବଦ୍ଧ ହେଲା ତୁମ ନାଁ

କାଳୀମାର ହିଂସୁକ ଇତିହାସରେ।

ଶୁଣିଯାଅ ହେ ପ୍ରଳୟ

ତଥାପି ଡରେନା ଏ ଜାତି

ତୁମ ପରି ବ୍ୟଭିଚାରୀ ସୈତାନକୁ

ବକ୍ଷ ତାର କରି ଦୃଢ଼

କରୁଛି ସେ ବଜ୍ର ଶପଥ

ପ୍ରଯୁକ୍ତି ବିଦ୍ୟାକୁ କରି ତେଜିୟାନ

ନିଶ୍ଚେ କରିବ ତୁମକୁ ପ୍ରତିହତ

ଆଉ ତୁମ ହସ୍ତର କଳାକୁ ତୁମ ମୁଖେ ବୋଳି

ନିଶ୍ଚେ ନେବ ପ୍ରତିଶୋଧ

 ଅତି ଶୀଘ୍ର ଏ ଭବିଷ୍ୟତ ରଣାଙ୍ଗନରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action