Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rosy Mishra

Action

3  

Rosy Mishra

Action

ତୁ ମୋ ହସ ତୁ ମୋ ଖୁସି !!!

ତୁ ମୋ ହସ ତୁ ମୋ ଖୁସି !!!

1 min
194


ତୁ ମୋ ହସ, ତୁ ମୋ ଖୁସି

ମୁଁ ଋଷିଲେ, ଯାଉ ତୁ ଋଷି ।


ମୋ' ଆଖିରେ ତୁ ଦେଖୁ ଦୁନିଆଁ

ତୋ' ଭିତରେ ନାହିଁ ଛଳନା, ମାୟା।


ମନୁଷ୍ୟ ଦେହେ ଭରା ହିଂସ୍ର ପ୍ରକୃତି

ସହେନା କା'ର ସେ ଦେଖି ପ୍ରଗତି ।


ତୁ' ମାନୁ ପୋଷା ହୋଇ ଜଙ୍ଗଲୀ ଜାତି

ବୁଝୁନା କିଛି ତୁହି ପ୍ରିୟା, ପ୍ରିତି ।


ରୂପ ଟି ହିଂସ୍ର ହେଲେ ମନ ସରଳ

ତୋ ଠାରୁ ଜ୍ୱାଳା ମନୁଷ୍ୟ ର ଗରଳ।


ମୁନିବ ପାଇଁ ତୁ ଦେଉ ଜୀବନ

ତାକୁ ହତ୍ୟା କରି ସେ ଲଭେ ଆସନ।


ମୋ ପାଇଁ ଲଢୁ ତୁ ଶତ୍ରୁ ସାଥିରେ

ମୋ ରକ୍ଷା ପାଇଁ ତୁ ଥାଉ ଆଗରେ ।


ପିଲାଟି ଦିନୁ ତୋତେ ପାଳିଛି ମୁହିଁ

ମୋ ହସ ଖୁସି ସବୁ ତୋହରି ପାଇଁ ।


ମୋର ଇସାରା ତୁ ବୁଝୁ ସହଜେ

ମୋ ସାଥେ ରହୁ ତୁ ଭାରି ମଉଜେ ।


ଏବେ ତୁ ଫେର ନିଜ ଦୁନିଆଁ ବାବୁ

ନହେଲେ ତୋତେ ବାପା କରିବେ କାବୁ ।


ଚିଡିଆଖାନାରେ ତୋତେ ଛାଡିବେ ନେଇ

ବନ୍ଦୀ ଜୀବନ ସେଠି କଟିବୁ ତୁହି ।


କହୁଥିଲେ ବାପା କାଲି ବୋଉ ଆଗରେ

ଶୁଣୁଥିଲି ମୁହିଁ ଥାଇ ତାଙ୍କ ପାଖରେ ।


ଫେରିଯାଅ ତୋର ଗହନ ବନ

ତୁ ସୁଖେ ରହିଲେ ଖୁସି ମୋ ମନ ।



Rate this content
Log in

Similar oriya poem from Action