Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Abstract Action

5.0  

ବି. ନିରୁପମା

Abstract Action

ମଧୁଛନ୍ଦା ନାଚେ ତାଳ ପକେଇ

ମଧୁଛନ୍ଦା ନାଚେ ତାଳ ପକେଇ

1 min
345


ଥିନି ତାକ ଥେଇ-ତା' ଥେଇ-ଥେଇ ,

ମଧୁଛନ୍ଦା ନାଚେ ତାଳ ପକେଇ ।

ଛମ ଛମ ବାଜେ ଘୁଙ୍ଗୁର ତା'ର ,

ଅଙ୍ଗଭଙ୍ଗୀ ତୋଳେ କି ମନୋହର ।

କଥା କୁହା ଆଖି -ମୁହଁର ହସ ,

କେବେ ସରସ ସେ କେବେ ବିରସ ।

ଇତିହାସ ଆଉ ପୁରାଣ ଛାପ ,

ଆଧୁନିକତାର ମିଳିତ ରୂପ ।

ଛନ୍ଦମୟ ତା'ର-ମୁଦ୍ରା ଓ ଠାଣି ,

ନିଏ ପରା ଜନ ମନକୁ ଟାଣି ।

ଲାସ୍ୟମୟୀ ସେ ଯେ ନୃତ୍ୟ ସୁନ୍ଦରୀ ,

ସାଧନାଟି ନିତି ରଖିଛି ଜାରି ।

ଭଲ କରି ସିଏ ପାରିଛି ଜାଣି ,

ସାଧନାଟି ସିଦ୍ଧି ଦିଅଇ ଆଣି ।

ଆମେ ବି ଏକଥା ରଖିଲେ ମନେ ,

ସଫଳତା ନିଶ୍ଚେ ପାଇବା ଦିନେ ।।


ବି. ନିରୁପମା

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ ।


Rate this content
Log in

Similar oriya poem from Abstract