STORYMIRROR

kamal kumar dash

Action Others

3  

kamal kumar dash

Action Others

ପ୍ରତିଶୋଧ

ପ୍ରତିଶୋଧ

1 min
137


ପାକିସ୍ଥାନ କେବେ     ପାରିବିନି ବୁଝି                          ,    

ଶାନ୍ତି ଓ ମୈତ୍ରୀର ଭାଷା

ଆତଙ୍କର ଦେଶ    ଆତଙ୍କୀର ବାସ

ଆତଙ୍କ ତାଙ୍କର ଭାଷା (1)

ନିଜେ ଜଳିଲେବି    ଆତଙ୍କୀ ନିଆଁରେ

ଆତଙ୍କବାଦିଙ୍କୁ ପାଳେ

ଭାରତର ଶାନ୍ତି    ପ୍ରୀତିର ବୈଭବ

ଜ।ଳିବାକୁ ମନେ ଭାଳେ (2)

ଆତଙ୍କବାଦିଙ୍କୁ      ପ୍ରଶିକ୍ଷଣ ଦେଇ

ଭାରତ ପଠାଇ ଦେଇ

ଭାବେ ଜିଣିଯିବ       ଭାରତ ମାଟିକୁ

ଚାଳିଶଙ୍କୁ  ମାରିଦେଇ (3)

ସହିବାର ସୀମା      ସରିତ ଯାଇଛି

ଧର୍ଯ୍ୟ ଆମ ଆଉ ନାହିଁ

ଆତଙ୍କୀଙ୍କୁ ଲୋଡ଼ା  ଆତଙ୍କର ଭାଷା

ଶାନ୍ତି ମାନେ କିଛି ନାହିଁ (4)

ପ୍ରତି ଦେଶ ବାସୀ        ହୃଦୟ କାନ୍ଦିଲା

ବୀର ସହିଦ ଙ୍କ ପାଇଁ

ଗୋଟିଏ ସ୍ୱରରେ      ସମସ୍ତେ କହିଲେ

ପ୍ରତିଶୋଧ ନେବା ପାଇଁ (5)

ମିରେଜ ଉଠିଲା        ଆକାଶ ଫଠାଇ

ଅନ୍ଧାରକୁ ଚିରିଦେଇ

ମାରିଲା ଆତଙ୍କୀ     ଜଳିଲା ଶିବିର

ଥରାଇ ଆତଙ୍କ ଭୂଇଁ (6)

ଚାଳିଶ ବଦଳେ         ଚାରିଶ ଆତଙ୍କୀ

ମରିସେ ଆସିଲା ଫେରି

ସକାଳୁ ଜାଣିଲେ         ପୃଥିବୀର ବାସୀ

ପାକିସ୍ଥାନ ଗଲା ଡରି (7)

ଯୁଧ୍ଧ ଚାହେଁନାହିଁ    ଭାରତ କେବେବି

ଶାନ୍ତି ର ସଂଗୀତ ଗାଏ

ହେଲେ କେ ଆମକୁ ଆଖି ଦେଖାଇଲେ

ପରାଭବ ସିଏ ପାଏ (8)

ପାକର ବିମାନ       ଧ୍ଵଂଶ କରିଦେଇ

ଭାରତ ଫେରିବା ବେଳେ

ଜଳିଗଲା ତୁମ          ନିଜର ବିମାନ

ପଡିଲ ପାକିସ୍ଥାନରେ (9)

ଅଭିନନ୍ଦନ ହେ      ଶତ୍ରୁ କବଳରୁ

କୁଶଳେ ଆସିଛ ଫେରି

ପ୍ରତି ଭାରତୀୟ      ଭାରି ଖୁସି ଆଜି

ଗର୍ବିତ ତୁମକୁ ପାଇ (10)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action