STORYMIRROR

Kabiratna Nutan Kumar Behera

Romance Fantasy Thriller

4  

Kabiratna Nutan Kumar Behera

Romance Fantasy Thriller

କଥା ମୁଁ ହେଉଛି ତୁମ ଛବି ସହିତ

କଥା ମୁଁ ହେଉଛି ତୁମ ଛବି ସହିତ

1 min
301


ଭାବି ନଥିଲି ମନରେ କେବେ

ଦେଖା ହେଉ ହେଉ ହୋଇଯିବ ପ୍ରେମ

ଭଲ ମୁଁ ତୁମକୁ ପାଇବି ଏତେ

ପ୍ରଥମ ଦେଖାରୁ ତୁମ ପ୍ରତି ହେଲି ଆକର୍ଷିତ

ମୋ ମନ ପ୍ରାଣ ତୁମଠାରେ ସମର୍ପିତ

ଶୟନେ ସପନେ ଜାଗରଣେ ହୁଏ ପୁଲକିତ

କଥା ମୁଁ ହେଉଛି ତୁମ ଛବି ସହିତ

ରହି ପାରୁନି ମୁହୂର୍ତ୍ତେ ହେଉଛି ବ୍ୟାକୁଳିତ

ଆବେଗ ମୋର ସାଗର ଲହରୀ ସମ

ନାଚି ନାଚି ଛୁଏଁ ହୃଦୟର ବେଳାଭୂମି ଅବିରତ

କେବେ ଆଖିରୁ ମୋର ଝରିଯାଏ ଲୋତକ

କେବେ ପୁଣି ପ୍ରାଣ ହୁଏ ସ୍ପନ୍ଦିତ

ଭାବ ଭାବନା ମୋର ରହେ ସଦା ଅବଦମିତ

କଥା ମୁଁ ହେଉଛି ତୁମ ଛବି ସହିତ

ଭୁଲି ପାରୁନି ଭଲ ପାଇବାର ମହନୀୟତା

ହୃଦୟ କନ୍ଦରୁ ଝରି ଆସେ ଅମୃତ

ପ୍ରେମର ଦୁନିଆଁ ପ୍ରେମ ଯେ ପବିତ୍ର ବନ୍ଧନ

ସାଥୀ ବିନା ଜୀବନର ନାହିଁ କିଛି ମୂଲ୍ୟ

ତୁମ ଲାଗି ମୋ ଯୌବନ ଫୁଲ ଉତ୍ସର୍ଗୀକୃତ

ଭାବି ନେଇଛି ତୁମେ ମୋର ଆରାଧ୍ୟ

ଇୟକାଳ ପରକାଳର ଦେବଦୂତ

ମଧୁ ମିଳନେ ପ୍ରେମ ଗୀତି ହେବ ଗୁଞ୍ଜରିତ

କଥା ମୁଁ ହେଉଛି ତୁମ ଛବି ସହିତ

ଏ ମୋର ପାଗଳପଣ ନା ଭାବ ପ୍ରଣବତା

ସପନର କଢ଼ ମନବନେ ହୁଏ କୁସୁମିତ

ପ୍ରେମିକ ଭଅଁର ସାଜି ତୁମେ ଆସ ଉଡ଼ି ଉଡ଼ି

ମୃଦୁ ମଳୟରେ ଦିଏ ମୁଁ ସନ୍ଦେଶ

ତୁମ ମନର ଅଗଣାକୁ କରିବାକୁ ମହକିତ

ମୋ ପରି ତୁମ ଭିତରେ ବି ଏ ଭାବ

ହେଉଥିବ ନିଶ୍ଚିତ ଭାବରେ ଆଲୋଡ଼ିତ

ପ୍ରକୃତ ପ୍ରେମ ଯେ ଚିରନ୍ତନ ଶାଶ୍ଵତ

ଆତ୍ମା ଆତ୍ମାର ମିଳନେ ଦୂରାଏ ଘନ ଅନ୍ଧକାର

ଜୀବନ ଦୀପ ଜଳେ କରିବାକୁ ଆଲୋକିତ

କଥା ମୁଁ ହେଉଛି ତୁମ ଛବି ସହିତ...।

    


Rate this content
Log in

Similar oriya poem from Romance