STORYMIRROR

Sunanda Mohanty

Abstract Inspirational Thriller

4  

Sunanda Mohanty

Abstract Inspirational Thriller

ଚିଠିର ଠିକଣା

ଚିଠିର ଠିକଣା

1 min
371


ଚିଠିର ଠିକଣା ନନ୍ଦିକା ନାଁରେ

ନନ୍ଦିକା କିଏ ତାହାର

ସରୋଗେଟ ମଦର କହନ୍ତି ସଭିଏଁ

ନନ୍ଦିକା ନୁହେଁ ନିଜର

ତଥାପି ମାଆ ସେ ହୁଏ ଆନମନା

ନନ୍ଦିକା କେବଳ ତାର

ସବୁଦିନ ସିଏ ଚିଠିଲେଖେ ନନ୍ଦିକାକୁ

ପରିଚୟ ମାଗି ମାତୃତ୍ୱର

ଆନ୍ତଫାଡି ଯାରେ ଜନମ ଦେଲା ସେ

କେମିତି ହେବ ତାଠୁ ପର

ସେଇ ଚିନ୍ତା ଯୋଗୁଁ ପାଗଳି ସେ ଆଜି

ପରିଚୟ ଖୋଜି ନିଜର

ପାର୍କରେ ବୁଲେ ରାସ୍ତାରେ ଚାଲେ କେତେ

ଠିକଣା ପଚାରି ନନ୍ଦିକାର

ନିତି ଲେଖେ ଚିଠି ଦିଏ ଏଠି ସେଠି ମାଆ

ପାଗଳ ଗାରଦ ଘର ତାର

ସେଦିନ ଆକୁଳେ ବିକଳେ ଲେଖିଲା ଚିଠିଟେ

ଦେବ ନନ୍ଦିକାକୁ ତାର

ଚିଠି ଧରି ଅନୁରୋଧ କରେ ଅପରିଚିତାକୁ

ଦେଇଦେବେ ଠିକଣା ଖୋଜିକି ମୋ ଝିଅର

ଆସିଲେ କର୍ମଚାରୀ ପାଗଳ ଗାରଦରୁ ଘେନିଗଲେ

ମାଠାରୁ ମମତାକୁ କରି ଦୂର

ଅପରିଚିତା ସେ ଦେଖୁଥିଲେ ଖୋଲି ଚିଠି

ଠିକଣା ନଥିଲା ଯୁଗ୍ମ ଫଟୋ ଏକ ମାଆ ପିଲାର

ସରୋଗେଟ ମଦରର ସ୍ବପ୍ନ ମୀନାର  ।


Rate this content
Log in

Similar oriya poem from Abstract