ଚିଠିର ଠିକଣା
ଚିଠିର ଠିକଣା
ଚିଠିର ଠିକଣା ନନ୍ଦିକା ନାଁରେ
ନନ୍ଦିକା କିଏ ତାହାର
ସରୋଗେଟ ମଦର କହନ୍ତି ସଭିଏଁ
ନନ୍ଦିକା ନୁହେଁ ନିଜର
ତଥାପି ମାଆ ସେ ହୁଏ ଆନମନା
ନନ୍ଦିକା କେବଳ ତାର
ସବୁଦିନ ସିଏ ଚିଠିଲେଖେ ନନ୍ଦିକାକୁ
ପରିଚୟ ମାଗି ମାତୃତ୍ୱର
ଆନ୍ତଫାଡି ଯାରେ ଜନମ ଦେଲା ସେ
କେମିତି ହେବ ତାଠୁ ପର
ସେଇ ଚିନ୍ତା ଯୋଗୁଁ ପାଗଳି ସେ ଆଜି
ପରିଚୟ ଖୋଜି ନିଜର
ପାର୍କରେ ବୁଲେ ରାସ୍ତାରେ ଚାଲେ କେତେ
ଠିକଣା ପଚାରି ନନ୍ଦିକାର
ନିତି ଲେଖେ ଚିଠି ଦିଏ ଏଠି ସେଠି ମାଆ
ପାଗଳ ଗାରଦ ଘର ତାର
ସେଦିନ ଆକୁଳେ ବିକଳେ ଲେଖିଲା ଚିଠିଟେ
ଦେବ ନନ୍ଦିକାକୁ ତାର
ଚିଠି ଧରି ଅନୁରୋଧ କରେ ଅପରିଚିତାକୁ
ଦେଇଦେବେ ଠିକଣା ଖୋଜିକି ମୋ ଝିଅର
ଆସିଲେ କର୍ମଚାରୀ ପାଗଳ ଗାରଦରୁ ଘେନିଗଲେ
ମାଠାରୁ ମମତାକୁ କରି ଦୂର
ଅପରିଚିତା ସେ ଦେଖୁଥିଲେ ଖୋଲି ଚିଠି
ଠିକଣା ନଥିଲା ଯୁଗ୍ମ ଫଟୋ ଏକ ମାଆ ପିଲାର
ସରୋଗେଟ ମଦରର ସ୍ବପ୍ନ ମୀନାର ।
