STORYMIRROR

ସୁଧାଂଶୁ ଶେଖର ଜେନା

Abstract Classics Thriller

4  

ସୁଧାଂଶୁ ଶେଖର ଜେନା

Abstract Classics Thriller

ସପନର ପାହାଚ

ସପନର ପାହାଚ

1 min
370

ତୁମ ଅଭିମାନ ପାଖେ

ନାହିଁ ମୋର ଅଭିଯୋଗ,

କିମ୍ପାଇ ଋଷିଛ

କହି ଦିଅ ସଜନି ଗୋ ଆଗୋ।


କେଡ଼େ ଜତନେ

ପାଇଛି ତୁମକୁ,

ଅଭିମାନ କରି

ଆଘାତ ଦିଅ ନା ମନକୁ।


ହୃଦୟ ଟି ମୋର

ଭରି କୋମଳ,

ଏ ହୃଦୟ ସହ

ଖେଳ ନାହିଁ ଖେଳ।


ଦୋଷ ଯଦି ଅଛି

କହି ଦିଅ ଗୋ,

ଏମିତି ନୀରବ ରହିଲେ

ହୃଦୟ ଭାଙ୍ଗି ଯିବ ଗୋ।


ସପନରେ ମୋର

ନଥିଲା ବାସ୍ତବତା,

ତୁମେ ଆସି ଗଲା ପରେ

ଭରି ଗଲା ବାସ୍ତବତା।


କିଛି ସପନର ପାହାଚ

ମୁଁ ନୂଆ ଦେଖୁଥିଲି,

ତୁମେ ଅଭିମାନ ପାଖେ

ଏ ସପନର ପାହାଚ ବି ଭାଙ୍ଗି ଦେଲି।


Rate this content
Log in

Similar oriya poem from Abstract