ଅଭିମାନ
ଅଭିମାନ
ତୁମ ଅଭିମାନ ପାଖେ
ନିଜକୁ ବାନ୍ଧି ମୁଁ ରଖିଛି,
କେ ଜାଣି କାହିଁକି
ତୁମ କଥା ମନେ ପଡୁଛି ।
ସବୁ ପରେବି ତୁମକୁ ଚାହୁଁଛି
କଣେଇ କଣେଇ ତୁମ
ପ୍ରତିଛବି ସୁନ୍ଦରତାକୁ ଦେଖୁଛୁ,
ଅନାବନା ଶବ୍ଦ ଭାବନାକୁ ଆସୁଛି
ତୁମକୁ କହିବା ପାଇଁ ସାହସ କରିକି ପାରୁଛି ।
ତୁମ ଆଖି କଜଳର ଗାର
କରେ ମୋତେ ମତୁଆଲା,
ତୁମେ ଏମିତି ସଜେଇ ହେଲେ
ନିଜକୁ କରେ ମୁଁ ଘାଇଲା ।
ହେ ମେଘନାଦ ରହି ତୁ ଯା
କଳା ବାଦଲକୁ ସାଙ୍ଗେ ରଖିଥା,
ଅଭିମାନୀ ପ୍ରିୟା ମୋ ଅଳି ଯେ କରିଛି
ଅଦିନିଆ ବର୍ଷାରେ ଭିଜିବାକୁ ମନ ସେ କରିଛି ।
ତା ସହ ମୋର ହୋଇ ନାହିଁ ଦେଖା
ତା ଭାବନା ସହ ହୁଏ ମୋର କଥା ବାର୍ତ୍ତା,
ମଳୟ ପବନ ପ୍ରକମ୍ପିତ କରେ ହୃଦୟ ମୋର
ଜାଣେନା ତା ସହ ଦେଖା ହେବେ କି ମୋର ।
ଅଜଣା ଶବ୍ଦକୁ ସଜାଉଛି ମୁହିଁ
ମନର ଭାବନାକୁ
ମନେ ରଖି ପାରୁ ନାହିଁ ମୁହିଁ,
ତୁମ ପ୍ରତିଛବି ଦେଖି ବିତୁଛି ମୋ ଦିନ
ଥରେ ଆସି ଦେଖି ଯାଅ ଏ ହତଭାଗାର ମନ ।
ମନ କଥା କଣ ମନରେ ରହିବ,
ତୁମ ସହ ମୋର କେବେ ଦେଖା ଯେ ହୋଇବ
ରକ୍ତ ରଞ୍ଜିତ ଏକ ନାଲି ଗୋଲାପକୁ ନେଇ,
ତୁମ ପାଖେ ମୋ ନିଜକୁ ସମର୍ପିତ କରିବି ମୁହିଁ ।
ଅଭିମାନୀ ପ୍ରିୟା ବୁଝି ତୁ ଯା
ଅଭିମାନ କରି
ମୋ ମନ ଭାଙ୍ଗି ନ ଦେଇଯା।