STORYMIRROR

Sunanda Mohanty

Abstract Thriller Others

4  

Sunanda Mohanty

Abstract Thriller Others

ସାବିତ୍ରୀଙ୍କ କଥା

ସାବିତ୍ରୀଙ୍କ କଥା

1 min
272


ଯେତିକି ସରଳ ସେତିକି ବିରଳ

ତୁମରି ଗାଥା

ଯେତିକି ତରଳ ସେତିକି କରାଳ

ତୁମ କାର୍ମିକ କଥା

ଯେତିକି ଯୁଗ୍ମ ସେତିକି ଯୌଗିକ

ଦୁନିଆଁ କୁ ବାରତା

ଯେତିକି ଜଟିଳ ସେତିକି ବହଳ

ତୁମେ ଧନ୍ୟା ମାତା

ଯେତିକି ଅଯୁଗ୍ମ ସେତିକି ଶୃଙ୍ଖଳ

ତୁମ ସିନ୍ଦୁର ଗାଥା

ଯେତିକି ଜାଳେ ସେତିକି ଜଳେ

ତୁମେ ଦି କୁଳ ହିତା

ଯେତିକି ଦୃଶ୍ୟ ସେତିକି ଅଦୃଶ୍ୟ

ତୁମେ ପତିବ୍ରତା

ଯେତିକି ଅନ୍ଧାର ସେତିକି ଆଲୁଅ

ତୁମେ କନକ ସୁତା

ଯେତିକି ପୁଣ୍ୟ ସେତିକି ମାନ୍ୟତା

ତୁମେ ଧର୍ଯ୍ୟ ସଂହିତା

ଯେତିକି ଦହନ ସେତିକି ଜ୍ୱଳନ

ସୀତା ପରି ସାବିତ୍ରୀ ମାତା

ତୁମେ ମାତାର ତୁମେ ପିତାଙ୍କର

କନକ ବରଣା ଦୁହିତା

ତୁମେ ଶାଶୁଙ୍କର ତୁମେ ଶଶୁରଙ୍କର

ଭାଗ୍ୟ ବିଧାତା ମାତା

ସ୍ୱାମୀଙ୍କର ସହଧର୍ମିଣୀ ସହକର୍ମିଣୀ

ଅନୁଗାମିନୀ ପତିବ୍ରତା

ଜୀବନ ଦେଖିଛ ମୃତ୍ୟୁକୁ ହରାଇଛ

ବୁଦ୍ଧିମତୀ ତୁମ ବାକପଟୁତା

ଇହକାଳ ତୁମ ପରକାଳ ସ୍ୱାମୀଙ୍କୁ

ଛଡେଇ ଆଣି ଜଗତଜିତା

ତୁମେ ପରାସ୍ତ କଲ ଯମରାଜାଙ୍କୁ

ହୋଇ ବନିତା ଲତା ଦୁହିତା

ଯୁଗେ ଯୁଗେ ପ୍ରମାଣ ରଖିଗଲ ତୁମେ

ନାରୀ ନୁହେଁ ଅବଳା ଦୁର୍ବଳା ପିତା

ତୁମ ଯଶ କୀର୍ତ୍ତି ଗୌରବ କୀର୍ତ୍ତି ଗାଏ

ଆଜି ଏ ଦୁନିଆଁ ସାବିତ୍ରୀ ବ୍ରତ କଥା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract