କବିର ଦୁଃଖ
କବିର ଦୁଃଖ
ମୁଁ ବି କବି ହେବି
ଭାବନ୍ତି ଅନେକ
ହେଲା ବେଳକୁ
ଦିଶନ୍ତି ଅଳପ
କବିତା ଅଟେ ନିର୍ଝର
ଝରେ କବିର ମନରେ
ଝରଣା ଝରିବାର
କିଛି ନଥାଏ ସମୟ
ସେହି କ୍ଷଣି ନ ଲେଖିଲେ
ଲିଭେ ସେ ମନରୁ
କାଗଜ କଲମ
ଚାଲିଯାଏ ସେଠୁ
ଏବେ ଆଉ ଖୋଜିବାକୁ
ପଡ଼େନି ଖାତା କଲମ
ଏବେ ସର୍ବଦା ପାଶେ ଥାଏ
ଭ୍ରାମ୍ୟମାଣ ଯନ୍ତ୍ର
ସେ ଯନ୍ତ୍ର ତୁରନ୍ତ
ହୋଇଯାଏ ଲେଖି
ଖୋଜାପଡେ ସାମାଜିକ ଗଣମାଧ୍ୟମ
ସାଙ୍ଗ ସାଥୀ ବନ୍ଧୁ ପରିଜନ
ଅବା ସାହିତ୍ୟ ଅସର
ତାକୁ ଦେବାକୁ ଆଲୋକ
ଯନ୍ତ୍ରରେ ଯନ୍ତ୍ରରେ କବିତାଟି
ଘୁରିବୁଲେ ଅନେକ
ତାକୁ ଦେଖନ୍ତି ପଢ଼ନ୍ତି
ପରଖନ୍ତି ଅନେକ
କିନ୍ତୁ ଜଣା ପଡ଼େନି କବିକୁ
ସାହିତ୍ୟ ଆସର ଖବର
ଖୋରାକ ଯୋଗାଏ ଅନେକ
କି ଖରା କି ବର୍ଷା କି ଶୀତ
କି ଗ୍ରୀଷମ କି ପାଖ ଅବା ଦୂର
ଧାଇଁ ଯାଏ ସେଠାବ
ଦେଖେ ସେଠି ଲେଖି
ଦେବାକୁ ହେବ କାଗଜ
ଖାଲି ଆଶା ତାର
ଶୁଣନ୍ତୁ ସଭିଏଁ କବିତା ତାର
କବିତା ଟା ତା ମାନସ କନ୍ୟା
ଆଦରରେ ସେ ପାଳିଛି ତାକୁ
ଶୁଣିଲା ଲୋକର କିଛି ଯାଏ ନାହିଁ
ଶୁଣିଦେଲେ ତା କବିତା
ତାକୁ ମୂଲ୍ୟ ମିଳେ ଅମାପ
କିନ୍ତୁ ଦେଖିଲା ବେଳକୁ
ହୁଏ ବିପରୀତ
ତା କବିତାଟି ପଢିବା
ଦୁରୂହ ବ୍ୟାପାର
କରିବକୁ ପଡେ ରାଜନୀତି
ହେବାକୁ ପଡେ ଚି଼ନ୍ହାମୁହଁ
ନଚେତ ଫେରିବାକୁ ହୁଏ
ହୋଇ ନିରାଶ
ହେଲେବି ସେ
ସମ୍ଭାଳେ ତା ମନକୁ
ପୁଣି ଝରେ ତା ନିର୍ଝର
ଲେଖେ ପୁଣି
ପୁଣି ସେଇ ଆଶା ଆକାଂକ୍ଷା
ଖୋଜେ ଘରେ କାଗଜ
ଖାତା କି କଲମ
ଘରଣୀ କରେ ସନ୍ଦେହ
ନିଜେ ଣ ଆସି ଆଗକୁ
ପଠାନ୍ତି ପିଲାଙ୍କୁ ଆଗ
ବୁଝିବାକୁ କାହିଁକି
ଖୋଜପଡୁଛି କଲମ କାଗଜ
ଚୋର ଭଳି ଲେଖିଦେଇ
କାଗଜଟି ମୋଦିମାଡ଼ି
ମୁଣାରେ ପୁରେଇ ଚଳିବ
ଘରଣୀ ଆସି ପଚାରିବେ
କେତେବେଳେ ଆସିବ
ଉତ୍ତର ଦେଇଦେଇ ତରବରେ
କବି ଚାଲିଥିବ କାଳେ
ଡେରି ହୋଇଯିବ
ସାହିତ୍ୟ ଆସରରେ ଯାଇ
ଘଣ୍ଟା ଘାଣ୍ଟା ଜଗିବ
କବିତା ପଢିବା ସୁଯୋଗ ନ ପାଇ
ନିରଶେ ଆସିବ
ଏହା ହିଁ ଭାଗ୍ୟ କବିଟିର
କେହି ଜଣେ କହିଥିଲେ
କବିଟିଏ ଦ୍ଵିତୀୟ ଈଶ୍ୱର
କବି ପାଶେ ଥାନ୍ତି ସରସ୍ବତୀ
କବି ଆଣିପାରେ କ୍ରାନ୍ତି
ପାରିବାର ପୋଷିବା
ଅଧିକାଂଶ କବିଙ୍କ ପାଶେ କଷ୍ଟ
ନିଜ ଲେଖାକୁ ନେଇ
ବହିଟିଏ ଛାପିବା
ବଡ଼ କଷ୍ଟକର
ଏମିତି ରେ ପ୍ରକୃତରେ
କବି ଲାଗଇ ଇଶ୍ଵର
ଯେମିତି ଫୁଙ୍ଗୁଳା ଈଶ୍ୱର
ଠିକ ସେମିତି
ଅବସ୍ଥା କବିଟିର ।