ଭାଙ୍ଗିଯିବ ଆତ୍ମଗର୍ବ
ଭାଙ୍ଗିଯିବ ଆତ୍ମଗର୍ବ
ନଈ ସୁଅ ପରି ଲେଉଟା ଉଜାଣି
ଭାଙ୍ଗିଦେଇଗଲା କ୍ଷେତ
ବାତ୍ୟା ବନ୍ୟା ସନ୍ତ୍ରାସ ଆତଙ୍କ
ହେଲାଣି ମଣିଷ ମିତ ।
ମୁଁ ମୁଁ ବୋଲି କହିଲେ କିଏ ଶୁଣିବ
ଭାଇରସ କରୋନା ସେତ
ଭାଙ୍ଗିବାକୁ ଆତ୍ମଗର୍ବ ବଡ଼ିମା ମଣିଷର
ମାଡିଆସୁଛି ଦୁର୍ବିପାକ ସତ ।
ମୋର ମୋର ବୋଲି ଭାବୁଛୁ ଯାହାକୁ
କେହି ନୁହଁଇ ପରାଣ ମିତ
ଆଗ ପଛ ଦାହଣ ମାହାଣ କଡ଼ ମୋଡ଼
ସବୁଠି ଭୟର ଶୀତ ।
କିଏ କେତେ ଵର୍ଷ ବଞ୍ଚିବ ଜୀବନେ
ହେବ ହାଡ଼ ମାଉଁସ ନିଶ୍ଚେତ
ଦି ଦିନ କୁଣିଆ କରୁଛୁ ଆତ୍ମଗର୍ବ କିଆଁ
ସଂସାରେ କିବା ଚିରନ୍ତନ ସତ୍ୟ ।
ବ୍ୟକ୍ତି ବିଶେଷର ଉଡିଯାଏ ହୋସ
ଅଧର୍ମ ବଢେ ବହୁତ ନିତ୍ୟ
କୁସଂସ୍କାର ଆଉ ଅନ୍ଧବିଶ୍ୱାସ ଦିନକୁ ଦିନ
ବଢୁଛି ଅପର୍ଯ୍ୟାପ୍ତ ଗୁପ୍ତ ।
ବାପା ନୁହଁନ୍ତି ପୁତ୍ରର ସ୍ୱାମୀ ନୁହେଁ ସ୍ତ୍ରୀଙ୍କର
ଏତ ନିତିଦିନ ଘରେ ଘରେ ଯାତ
ମଣିଷ ମଧ୍ୟେ ମଣିଷପଣିଆ ନାହିଁ ଅପର୍ଯ୍ୟାପ୍ତ
ଦେଖି କଳିକାଳେ ଆଚମ୍ବିତ ।
ମୁଁ ମୁଁ ବୋଲି ଡିଣ୍ଡିମ ପିଟିଲେ ସର୍ବନାଶ
ସହିବେନି ଜଗତର ନାଥ
ତୁକାର ବଚନ କଥାରେ ସନ୍ଦିହାନ ମନ
ଆତ୍ମଗର୍ବ ଭାଙ୍ଗିଯିବ ଅନେଶତ
ବିପରୀତ ଆଚରଣ ଉଚ୍ଚାରଣ ବ୍ୟକ୍ତିଙ୍କର
ଦଇବ ସହିବ କେତେ କୁହତ
ତେଣୁ ବାୟା ମନ ଶୁଦ୍ଧ କର୍ମ ଓ ବଚନ
ଜୀବନେ କର କରାୟତ ।