STORYMIRROR

Sunanda Mohanty

Abstract Action Thriller

4  

Sunanda Mohanty

Abstract Action Thriller

ମୋ ଭିତରେ

ମୋ ଭିତରେ

1 min
282


ଆନ୍ତର୍ଦାହର ନାଗଫାଶ

କାମନାର ଅବଶୋଷ

ଭିତରେ ଜୀବନ କଣ ଦେଉଛି ନିର୍ଦେଶ

କାମନାର ବିନାସରେ ଦୁଃଖର ବିନାସ

କାମନା ପ୍ରକାରଭେଦ

କେବେ ପୋଷ୍ଟକାର୍ଡ, ଲଫାପା ଯାଉମୁଦ

ଡାକରା ଆସିବ ଅବଶ୍ୟ

ଶେଷ ହେବ ଜଡ଼ ନୀଡ଼ ମୁକ୍ତାକାଶ

ଅପମାନ ବା ପ୍ରତିଶୋଧର ଜବାବ

ସମୟ ଥିଲେ ଦେବାକୁ ଅବଶ୍ୟ

 ଚକ ଅଖ ଓ ଘୁର୍ଣ୍ଣନ ସବୁ ଶେଷ

ସମ୍ମାନ ଅସମ୍ମାନ ରାଗ ଅବା ରୋଷ

କା ପାଇଁ ପିତୃପୁରୁଷ କା ପାଇଁ ଇତିହାସ

କିଛି ଦୁର୍ମୁଲ୍ୟ କିଏ ବୋହିନେବ

ଛଅ ଖଣ୍ଡ କାଠ ସବାରୀ ହିଁ ହେବ

ଶିକ୍ଷା ଦୀକ୍ଷା ଅବଚେତନ ସଚେତନ

କେବଳ ମୁଠାଏ ପାଉଁଶ

ମାୟା ମୋହ କାମନାର ଜାଲ

ଦେଖାଯାଏନା ବୋଲି ଉପରେ ହସ

ଭିତରେ ବିଷ କି ପିୟୁଷ

ଜିଇ ଯିବାର ମୋହ ଅଶେଷ

କାଢେ ପଥ ଓ ପାଥେୟ ମଣିଷ

ଆଖିର ଲୁହ ଓ କାନ, ପାଟି ନାକ ଅବଶେଷ

ଭିତରେ ଭିତରେ ଆତ୍ମପ୍ରକାଶ

ଉପରକୁ ଗୋଟାପଣେ ମଣିଷପଣିଆ ମଣିଷ

ହୁଏତ ସତସଙ୍ଗ କହିପାରେ ମଣିଷ ସାଧୁ

ଅବା ନେଇଛି ସନ୍ୟାସ ll


Rate this content
Log in

Similar oriya poem from Abstract