STORYMIRROR

Sunanda Mohanty

Abstract Inspirational Thriller

4  

Sunanda Mohanty

Abstract Inspirational Thriller

ଜୀବନର ଦୁଇପାଖ

ଜୀବନର ଦୁଇପାଖ

1 min
285


ଅନ୍ଧାର ଯେତିକି ଆଲୋକ ସେତିକି

ଜୀବନର ପରିଚୟ

ଦୁଃଖ ସୁଖ ଦୁଇପାଖ ଜୀବନର

ବୁଝିଗଲେ ହେବ ଜୟ

କଷଟି ପଥରେ ମାପୁ ମାପୁ ବେଳ

ନହୋଇବ ଅପଚୟ

ସମୟ ସହିତ ତାଳଦେଇ ଚାଲୁଥିଲେ

ନଲାଗିବ ଅସହାୟ

ଅତି ପରିଚୟେ ଗୌରବ ନଷ୍ଟ ହେବ କଷ୍ଟ

ଗୁରୁଜନଙ୍କ ସହାୟ

ଗୁରୁବାକ୍ୟ ମାନି ଚଳିଲେ ସଂସାରେ

ଆଗକୁ ନଥିବ ଭୟ

ଝଡ଼ ଝଞ୍ଜା ଦୁଃଖ ଯନ୍ତ୍ରଣା ସମୟ ଚକ୍ରରେ

କଷ୍ଟ ଦେବ ଅତିଶୟ

ବିବେକ ବୁଦ୍ଧି ଓ ସାହାସ ଜୁଟାଇ ପାରିଲେ

ଉଡାଇ ବାନା ବିଜୟ

ଟେକ ନିଜର ଜାତିର ଭାଷାର ରଖିଲେ

ଜୀବନ ନହେବ କ୍ଷୟ

ବହି ଅଟେ ଆଲୋକ ବର୍ତ୍ତିକା ତା ସଙ୍ଗେ ଭାବ

ଜୀବନ ଆଲୋକମୟ

ଅଜ୍ଞାନ, ଅନ୍ଧାର, ଆଶିକ୍ଷା ଅନ୍ଧବିଶ୍ୱାସ ଦୂରେଇଲେ 

ଭଲ ମଣିଷ ହେବା ଥୟ

ଦୁଃଖରେ ସୁଖରେ ଭାବର ମୋହରେ ଆଶ୍ରିତ ହେଲେ

ଜୀବନ ଲାଗିବ ନିରାମୟ

ସୁନ୍ଦର ଯେତିକି ଅନ୍ଧାର ସେତିକି ଜୀବନେ

ଚାଲିବାକୁ ବିଶ୍ୱମୟ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract