ଅନ୍ତର୍ଦାହ
ଅନ୍ତର୍ଦାହ
ନିଶା ଗର୍ଜୁଥିବା ରାତିରେ କିଏ ସେ
ଅଶରୀରି ଚାଲିଗଲା ମୋ ଉପର ଆଖି
ତଳ ପତା ଛୁଇଁଲା ବେଳେ
ବହୁତ୍ ଡାକିଲି ଶୁଣିଲାନି
କଅଁଳା ଛୁଆପରି ତା କାନ୍ଦରେ
ତାରା ସବୁ ଲୁଚିଗଲେ ଜନ୍ହ କୋଳରେ
କିଏଗୋ ମାୟାବି ତୁମ ନାଁ କଣ
ପଚାରିଲି ଶତସିଂହ ର ବଳନେଇ ତା ପାଶେ
କହିଲାନି ଯାହା ତା ଆନ୍ଚୁଡା ଦେହ
ସବୁ କହିଦେଲା.....
ଦେହରେ ତା ମାଡର ଶିରାଳ
କାହିଁକି ନା ସତୀ ହବାକୁ ସେ
ପ୍ରତି ରାତିରେ ବିବସନା ହବାକୁ ଚାହେଁନା
କେତେ ଆଉ ସେ ପୁରୁଷ ବଳ ଆକଟିବ
ଦୁନିଆ ପା ତାକୁ ଦୁର୍ବଳେ ରଖିଛି
ଆଖିର ଲୁହ ତା ଗେରସ୍ତ ଦେଖିନି
ପ୍ରତି ରାତିରେ ତା ମାଂଉସ ଝୁଣିଲା ବେଳେ ,
ଲୁହମାନେ ବି ଭୟରେ
ତକିଆରେ ଶୋଇପଡିଛନ୍ତି, କାଳେ
ଲୁହାର ରଡ୍ ତାଙ୍କ ଦେହେ ବାଜିବ ବୋଲି
ମୃତ୍ୟକୁ ବି ଆପଣାର କରିପାରିନି
ତା କଅଁଳା ଛୁଆର ଲୋଭରେ
ପ୍ରତିଦିନ ଯା ମୁଣ୍ଡ କୋଡୁଚି ଗାଁ ଠାକୁରାଣୀ ଆଗେ
ହେଲେ କଣ ହବ ଭାଗ୍ୟ ଯା ଲେଖିଚି ବିଧାତା
ପୁଣି ତାକୁ ସଜ ହବାକୁ ପଡିବ ସବୁ ରାତି ଅଧେ
ଆଉ ଶରୀର ହେଇ ବା କଣ ରହିଲା
ଖାଲି ଯାହା ହାଡ ମାଂସ ଦି ଖଣ୍ଡ
ସେତକ ବି ୟା ଭିତରେ ପେଶିହେଇ ଯିବ
ୟେ ଅନ୍ତର୍ଦାହ କହିବ ବା କାହାକୁ
ଭାଗ୍ୟ ଯାହା ଲେଖିଚି କରତା ...
ସହିବାକୁ ହବ ତାକୁ ଅଶରୀରି ହେଇ ।
