STORYMIRROR

DEEPALI JENA

Thriller

4  

DEEPALI JENA

Thriller

ଅନ୍ତର୍ଦାହ

ଅନ୍ତର୍ଦାହ

1 min
240

ନିଶା ଗର୍ଜୁଥିବା ରାତିରେ କିଏ ସେ 

ଅଶରୀରି ଚାଲିଗଲା ମୋ ଉପର ଆଖି 

ତଳ ପତା ଛୁଇଁଲା ବେଳେ

ବହୁତ୍ ଡାକିଲି ଶୁଣିଲାନି 

କଅଁଳା ଛୁଆପରି ତା କାନ୍ଦରେ 

ତାରା ସବୁ ଲୁଚିଗଲେ ଜନ୍ହ କୋଳରେ 


କିଏଗୋ ମାୟାବି ତୁମ ନାଁ କଣ 

ପଚାରିଲି ଶତସିଂହ ର ବଳନେଇ ତା ପାଶେ

କହିଲାନି ଯାହା ତା ଆନ୍ଚୁଡା ଦେହ  

ସବୁ କହିଦେଲା..... 


ଦେହରେ ତା ମାଡର ଶିରାଳ 

କାହିଁକି ନା ସତୀ ହବାକୁ ସେ

ପ୍ରତି ରାତିରେ ବିବସନା ହବାକୁ ଚାହେଁନା

କେତେ ଆଉ ସେ ପୁରୁଷ ବଳ ଆକଟିବ 

ଦୁନିଆ ପା ତାକୁ ଦୁର୍ବଳେ ରଖିଛି 


ଆଖିର ଲୁହ ତା ଗେରସ୍ତ ଦେଖିନି 

ପ୍ରତି ରାତିରେ ତା ମାଂଉସ ଝୁଣିଲା ବେଳେ ,

ଲୁହମାନେ ବି ଭୟରେ 

ତକିଆରେ ଶୋଇପଡିଛନ୍ତି, କାଳେ 

ଲୁହାର ରଡ୍ ତାଙ୍କ ଦେହେ ବାଜିବ ବୋଲି 

ମୃତ୍ୟକୁ ବି ଆପଣାର କରିପାରିନି 

ତା କଅଁଳା ଛୁଆର ଲୋଭରେ 

ପ୍ରତିଦିନ ଯା ମୁଣ୍ଡ କୋଡୁଚି ଗାଁ ଠାକୁରାଣୀ ଆଗେ

ହେଲେ କଣ ହବ ଭାଗ୍ୟ ଯା ଲେଖିଚି ବିଧାତା 

ପୁଣି ତାକୁ ସଜ ହବାକୁ ପଡିବ ସବୁ ରାତି ଅଧେ 


ଆଉ ଶରୀର ହେଇ ବା କଣ ରହିଲା 

ଖାଲି ଯାହା ହାଡ ମାଂସ ଦି ଖଣ୍ଡ 

ସେତକ ବି ୟା ଭିତରେ ପେଶିହେଇ ଯିବ 

ୟେ ଅନ୍ତର୍ଦାହ କହିବ ବା କାହାକୁ

ଭାଗ୍ୟ ଯାହା ଲେଖିଚି କରତା ...

ସହିବାକୁ ହବ ତାକୁ ଅଶରୀରି ହେଇ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller