ସପନ ସାଗର
ସପନ ସାଗର
ଆଖି ଖୋଜୁଥାଏ ରାତି ରାତି ସ୍ବପ୍ନ
ସ୍ବପ୍ନ ଖୋଜୁଥାଏ ତତେ
ହେ ପ୍ରିୟ ମଣିଷ ଚାଲି ଆସ କେବେ
ସପନର ଚଲା ପଥେ !!
ଆଜି ବି ରହିଛି ବାଟ ଚାହିଁ ତୋର
ଅସରାଏ ଆଶା ନେଇ
ଅତୀତର ସବୁ ରାଗ ରୁଷା ଭୁଲି
ସ୍ନେହ ପ୍ରୀତି ସ୍ପର୍ଶ ପାଇଁ !!
ସ୍ବପ୍ନଟିଏ ମନେ ଗଢି ତୋଳିଥିଲି
ସ୍ମୃତିର ଫଗୁଣ ନେଇ
ସ୍ବପ୍ନ ରହିଗଲା ସ୍ବପ୍ନ ରାଇଜରେ
ଫଗୁଣ ଫେରିଲା ନାହିଁ !!
ଆଷାଢ଼ ଆକାଶେ ମେଘମାଳ ସାଜି
ଢଳି ଢଳି ଆସିଥିଲ
ଅବୁଝା ମନ ମୋ ଚାତକ ସାଜିଲା
କିନ୍ତୁ ଦୂରେ ଫେରିଗଲ !!
ଆୟୁଷ ରେଖା ମୋ ତୁମ ହାତେ ଯୋଡ଼ି
ଅପଲକେ ଅଛି ଚାହିଁ
ସ୍ମୃତି ପଟୁଆର ବାହି ଆଣ ପ୍ରିୟ
ସପନ ସାଗର ଦେଇ !!

