STORYMIRROR

Smitali Priyadarsini Panda

Drama Romance Thriller

4  

Smitali Priyadarsini Panda

Drama Romance Thriller

ସପନ ସାଗର

ସପନ ସାଗର

1 min
322


ଆଖି ଖୋଜୁଥାଏ ରାତି ରାତି ସ୍ବପ୍ନ

ସ୍ବପ୍ନ ଖୋଜୁଥାଏ ତତେ

ହେ ପ୍ରିୟ ମଣିଷ ଚାଲି ଆସ କେବେ

ସପନର ଚଲା ପଥେ !!


ଆଜି ବି ରହିଛି ବାଟ ଚାହିଁ ତୋର

ଅସରାଏ ଆଶା ନେଇ

ଅତୀତର ସବୁ ରାଗ ରୁଷା ଭୁଲି

ସ୍ନେହ ପ୍ରୀତି ସ୍ପର୍ଶ ପାଇଁ !!


ସ୍ବପ୍ନଟିଏ ମନେ ଗଢି ତୋଳିଥିଲି

ସ୍ମୃତିର ଫଗୁଣ ନେଇ

ସ୍ବପ୍ନ ରହିଗଲା ସ୍ବପ୍ନ ରାଇଜରେ 

ଫଗୁଣ ଫେରିଲା ନାହିଁ !!


ଆଷାଢ଼ ଆକାଶେ ମେଘମାଳ ସାଜି

ଢଳି ଢଳି ଆସିଥିଲ

ଅବୁଝା ମନ ମୋ ଚାତକ ସାଜିଲା

କିନ୍ତୁ ଦୂରେ ଫେରିଗଲ !!


ଆୟୁଷ ରେଖା ମୋ ତୁମ ହାତେ ଯୋଡ଼ି

ଅପଲକେ ଅଛି ଚାହିଁ

ସ୍ମୃତି ପଟୁଆର ବାହି ଆଣ ପ୍ରିୟ

ସପନ ସାଗର ଦେଇ !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama