STORYMIRROR

kamal kumar dash

Romance Thriller

4  

kamal kumar dash

Romance Thriller

ଆଜି କାହିଁ ତୁମ କଥା ଭାରି ମନେପଡ଼େ

ଆଜି କାହିଁ ତୁମ କଥା ଭାରି ମନେପଡ଼େ

1 min
387

ଆଜି କାହିଁ ତୁମ କଥା ଭାରି ମନେ ପଡ଼େ 

      ବସନ୍ତ ଆସିଛି ଆଜି ଫୁଲରେ ଫଳରେ 

      ହସେ ଆଜି ଗାଁ ତୋଟା ଆମ୍ବ ବଉଳରେ

      ଚାରି ଆଡେ ରଙ୍ଗର ରଙ୍ଗୀନ ପସରା 

      ମନ ଆଜି ତୁମେ ଖୋଜେ ଲୋକ ଗହଳିରେ ।(୧)


       ତୁମେ କେବେ ମନେ ପଡ଼ ଏକେଲା ବେଳରେ

       କେବେ ଫୁଣି ମନ୍ଦିରର ସଂଜ ଆଳତିରେ 

       ଆଉ କେବେ ନଈକୂଳ ଜହ୍ନ ଜୋଛନାରେ 

       କେବେ ଫୁଣି ନିଛାଟିଆ ବରଷା ରାତିରେ ।(୨)

        

       ତୁମେ ମନ ଖୋଜୁଥାଏ ସୁଖରେ ଦୁଃଖରେ

       କହିବାକୁ କିଛି କଥା ଜୀବନ ବାଟରେ

       ଜାଣେନା କାହିଁକି ତୁମେ ଏତେ ମନ ପଡ଼

       ଅଜଣା ଅବୁଝା ଏଇ ଜୀବନ ବାଟରେ ।(୩)

       



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance