STORYMIRROR

Chittaranjan Nanda

Abstract Thriller Others

4  

Chittaranjan Nanda

Abstract Thriller Others

ମୋ ବୋଉ (ମା)

ମୋ ବୋଉ (ମା)

1 min
223


ତୁ ଦଶ ମାସ ପେଟରେ ଧରି ଜନମ ଦେଲୁ,

ଲୁହ, ଲହୁ ଦେଇ ତ ମୋତେ ମଣିଷ କଲୁ ।


ତୋ ହାତ ଧରି ତ ମୁଁ ମୋ ଚାଲି ଶିଖିଚି

ତୋ କୋଳେ ବସି କେତେ ଯାତ୍ରା ଦେଖିଛି ।


ଦୁଷ୍ଟ ହେଲେ କେତେ ମାଡ ଗାଳି ଖାଇଛି

ତୋ ଛାତିରେ ମୁହଁ ଲୁଚେଇ ଲୁହ ଢାଳିଛି ।


ଖାଇ ନଥାଏ ଯଦି ଗେଲ କରି ଖୁଆଇଛୁ

ଜନମ ଦିନରୁ ଖାଲି ଭଲ ପାଇବା ଦେଇଛୁ ।


ମନ କଷ୍ଟ କରୁ ମୋ ଜୀବନର ପ୍ରତିଟି ଦୁଃଖରେ

ପାଇବିନି ଆପଣାପଣ ଅନ୍ୟଠାରୁ ଜୀବନରେ ।


ପିଣ୍ଡକୁ ପ୍ରାଣ, କର୍ମ ଦେଇନୁ ସିନା ଆଉ ସବୁରେ

ଚାଲିବା ପାଇଁ ତ ରାସ୍ତା ଦେଖାଇଛୁ ମୋତେରେ ।


ତୁ ହିଁ ସର୍ବଶେଷ୍ଠ ଦେବୀ ମୋ ବିଶ୍ୱାସ ଅନୁଭବରେ

ତୋ ଛଡା କହ ଆଉ ନିଜର କିଏ ଏ ଦୁନିଆରେ ।


ତୋ ଭିତରେ ପାଏ ମୁଁ ତେତିଶ କୋଟି ଦେବତାଙ୍କୁ 

ତୋର ଟିକିଏ ଆହା ପଦରେ ମୁଁ ମେଣ୍ଟାଏ ଦୁଃଖକୁ ।


Rate this content
Log in

Similar oriya poem from Abstract