STORYMIRROR

Prafulla Chandra Mishra

Thriller

4  

Prafulla Chandra Mishra

Thriller

ଈଶ୍ଵର ଚିନ୍ତନ

ଈଶ୍ଵର ଚିନ୍ତନ

1 min
398


ଆହାକି ରୁଚିର  ଆନନ୍ଦ ଅପାର  ଭରା ବିଶାଳ ଧରିତ୍ରୀ

ଧନ୍ୟ ଚିନ୍ତାମଣି  ଅଚିନ୍ତ୍ୟ ଭାବନା  ତୁମରି ସୃଜନ ଶକ୍ତି

ମହାପ୍ରଭୁ, ଗଢିଛ ବିଶ୍ଵ ସଂସାର

ଧନ୍ୟ ଧନ୍ୟ ତବ  ମହିମା ଅନନ୍ତ  କାହିଁ ତାର ପଟାନ୍ତର ।


ଶଶି ଦିବାକର  ପ୍ରକୃତି ଆବର  ତବ ଆଜ୍ଞା ପରମାଣେ

ଜ୍ୟୋତିର୍ମୟ ଏହି  ଭୂମଣ୍ଡଳ ତବ  ଆଦେଶରେ ପ୍ରତିକ୍ଷଣେ

ମହାପ୍ରଭୁ, କାନନେ କାନନେ ଫୁଲ

ପ୍ରଭାତେ ପୁଲକେ  ଖେଳେ ବୃନ୍ତେ ବୃନ୍ତେ  କିଏ ତାର ସମତୁଲ ।


ବିହଙ୍ଗ କୂଜନ  ଗୀତ କଳରବେ  ମୁଖରିତ ଦଶ ଦିଶ

ସର୍ବମୟ ତୁମେ  ଅନାଦି ଈଶ୍ଵର  ଆହେ ପରମ ପୁରୁଷ

ମହାପ୍ରଭୁ, ହୃଦୟେ ମୋ ନିରନ୍ତର

ବିରାଜିତ ହୋଇ  ଜଗତ ପିତା ହେ  ଦିଅ ଆଶିଷ ଅପାର ।


ଗଢିଛ ମଣିଷ  ସମାଜ ବନ୍ଧନ  ପିତା ମାତା ପ୍ରୀୟା ପ୍ରୀତି

ଭାଇ ଭଗିନୀ ର ଅମୀୟ ସେନେହ କେତେ ସୁଖ କେତେ ଶାନ୍ତି

ମହାପ୍ରଭୁ, ସୁଖଦ ସଂସାର ମୋର

ଏମିତି ବାଶାଳ  ଭୂଖଣ୍ଡ ଗଢିଛ  ମହାପ୍ରଭୁ ପରାତ୍ପର ।


ଦିଅ ଜ୍ଞାନ ଭକ୍ତି ଦିଅ ଦିବ୍ୟ ଶକ୍ତି  ସତ୍ୟ ଧର୍ମ ପଥେ “ଦିନ

କଟିଯାଉ” ଥାଉ  ତୁମରି ଆଶ୍ରାରେ  ଜପି ଜପି ତବ ନାମ

ମହାପ୍ରଭୁ, ତୁମେ ମୋ ଜୀବ ଜୀବନ

ତୁମେ ଗତି ମୁକ୍ତି  ଦୀନ ଦୁଃଖୀ ସାଥି  ଶ୍ରୀପଦେ ଦିଅ ଶରଣ ।


ତୁମେ ପିତା ମାତା ସତ୍ୟ ସନାତନ ତୁମେ ବନ୍ଧୁ ସହୋଦର

ତୁମ ବିନା କାହିଁ  ଗତି ସ୍ଥିତି ତୁମେ  ସର୍ବ ଶକ୍ତିର ଆଧାର

ମହାପ୍ରଭୁ, ଅଖିଳ ବ୍ରହ୍ମାଣ୍ଡ ପତି

ପଦ ଅରବିନ୍ଦ  ଭଜେ ହେ ଗୋବିନ୍ଦ  ଭବବନ୍ଧୁ କର ମୁକ୍ତି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller