STORYMIRROR

Prafulla Chandra Mishra

Thriller

4  

Prafulla Chandra Mishra

Thriller

ଲୁମ୍ଵୀନି ରେ ଶେଷ ରାତି

ଲୁମ୍ଵୀନି ରେ ଶେଷ ରାତି

1 min
267


ଭାରତ ବର୍ଷର ଅଲିଭା କାହାଣୀ ସିଦ୍ଧାର୍ଥ ଗୌତମ ବୁଦ୍ଧ

ଶାକ୍ୟ ବଂଶ ସୁଦ୍ଧୋଦନ ମାୟା ଦେବୀ ଗରଭରୁ ସମୁଦ୍ଭବ

କପିଳବସ୍ତୁ ନଗରୀ, ଦିଶେ ଯଥା ସ୍ଵର୍ଗ ପୁରୀ

ଭାରତ ବର୍ଷର ରାଜଧାନୀ ଥିଲା ମର୍ତ୍ତ୍ୟ ଭୁବନ ସୁନ୍ଦରୀ ।।


ସମିପେ ଲୁମ୍ଵନୀ ଉଦ୍ୟାନ ସତେକି ମଘବା ନନ୍ଦନ ବନ

ମାଧବୀ, ମାଳତୀ ଲତା କୁଞ୍ଜ ଶୋଭା ସଦା ମଳୟ ପବନ

ଶୁଆ,ଶାରୀ, ବଣି,ପାରା, ମୟୂର ମାଳ କି ତୋରା

ସେ ଚିତ୍ର ଦର୍ଶନେ ମନ ଭରିଯାଏ ଦୃଶ୍ୟ ଦିସେ ଅପାସୋରା ।।


ରାଜ ଉଆସରେ ନିଦ୍ରାଗତ ରାଣୀ ସେଦିନର ସେହି ରାତି

“ସପନ ଦେଖନ୍ତି ଅଦ୍ଭୁତ” ସରଗୁ ଚଳି ଆସେ ଶ୍ଵେତ ହସ୍ତୀ

ପୁଷ୍ପ ମାଲ୍ୟ ଶୁଣ୍ଢେ ଧରି,ଧୀରେ ଧୀରେ ଆସି ଢଳି

ସହସା ସେ ମାୟା ଦେବୀ ଙ୍କ ଗରଭେ ସ୍ଥିର ହୋଇ ଗଲା ରହି।


ବୈଶାଖ ପୁର୍ଣ୍ଣମୀ ସେଦିନ ପ୍ରଭାତେ ପିତ୍ରାଳୟେ ଯିବା ପଥ

ଦାସୀ ପରିଚାରୀ ଲୁମ୍ଵିନୀ ଉଦ୍ୟାନେ ହେଲେ ଆସି ଉପଗତ

ବିଧିର ବିଧାନ ଯାହା, ଆନ କି ହୋଇବ ତାହା

ଏ କାଳେ ରାଣୀ ଙ୍କ ଗର୍ଭୋଦୟ କାଳ ଲୀଳା ମୟଙ୍କର ମାୟା।


ସର୍ବ ଗ୍ରହ ଉଚେ ସ୍ଥିତ ଏହି କାଳେ କୁମର ହୋଇଲେ ଜାତ

ହସି ଉଠୁଥିଲା ଲୁମ୍ଵିନୀ ଉଦ୍ୟାନ ହସୁଥିଲା ସ୍ଵର୍ଗ ମର୍ତ୍ତ୍ୟ

କୁଆଁ କୁଆଁ ରାବ ରୋଳ,ଦିଗୁ ଦିଗନ୍ତ ବିସ୍ତାର 

କୁଞ୍ଜ ଲତା ବୃକ୍ଷ ପଲ୍ଲବ ଗହଳେ ଫୁଲ ପସରା ସମ୍ଭାର ।


ଲୁମ୍ଵୀନି ଉଦ୍ୟାନେ ଜନ୍ମ ଭଗବାନ ନବମ ୟେ ଅବତାର

ସୁଦ୍ଧୋଦନ ରାଜା ଆହାକି ଆନନ୍ଦ ପାଇଲେ ଯେବେ ଖବର

କପିଳବସ୍ତୁ ନଗରୀ ସାଜ ସଜା ସୁକୁମିରୀ

ଆସିବେ ନଗରେ ଶାକ୍ୟସିଂହ ବୁଦ୍ଧ ଅବତରି ଅବତାରୀ ।


ପବିତ୍ର ଚନ୍ଦନ ବେଶ ନାରାୟଣ ଗ୍ରୀଷ୍ମ ଅବକାଶ ବେଶ

ବିଚିତ୍ର କନକ ତୋରଣ ସଜ୍ଜିତ ତହିଁ ସିଦ୍ଧାର୍ଥ ଙ୍କ ମୁଖ

ଦିଶୁଥିଲା ଜହ୍ନ ପରି, ଅମୀୟ ରୂପ ମାଧୁରୀ

ସେ ରାତି ଅଭୁଲା ଲୁମ୍ବିନୀ ପବିତ୍ର ହେଲା ବୁଦ୍ଧ କୋଳେ ଧରି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller