ଅପରାହ୍ନ
ଅପରାହ୍ନ
ସବୁଆଡେ ଛାଇଯାଇଛି
ମନ ମସ୍ତିସ୍କ
ଆକାଶ ଗ୍ରହ ନକ୍ଷତ୍ର ଜୋତିଷ୍କ
ତାରାରେ ଅବିଶ୍ୱାସ ଚି଼ହ୍ନ
କାଳ ବୈଶାଖି ପଦଚିହ୍ନ
ଛାରଖାର ମଣିଷ ଜୀବନ ଯୌବନ
ଭଲଲାଗେ ଅପରାହ୍ନ
ଗୋଧୂଳି ଛାଇରେ
ପାହାନ୍ତି ପାହାନ୍ତି ଲାଗେ ଗୀତଗୋବିନ୍ଦରେ
ଗଛ ଛାଇରେ ପକ୍ଷୀ ବସାରେ ଓ
ଇନ୍ଦ୍ରଧନୁ ସାତରଙ୍ଗେ ଉଦ୍ଭାସିତ ବେଳେ
ସମୁଦ୍ର କୋଳେ
ଢେଉ ଛୁଇଁ ଶାମୁକା ନଇଁ ଆଣିବାରେ
ମୁକ୍ତା ଦରକାର ନଥାଏ
ଅପରାହ୍ନ ବିରାମ ବେଳାରେ
ମଣିଷ ପଣିଆ ତଥାପି ବଞ୍ଚିଛି ଦେଖି
ବଡମନ୍ଦିର ଚତୁର୍ଦ୍ଧାଙ୍କୁ ଦେଖି
ଟଙ୍କ ତୋରାଣୀ
ଅନେଶତ ଭାବନା ଫେଡ଼ି ଗୁଣି
ଅପରାହ୍ନ କିଛି ମିଛ କିଛି ସତର
ଚୋରା ଚାହାଣି ଭିତରେ ଟୋପାଏ ମାଗୁଣି
ଜୀବନର ଏତେ ରଙ୍ଗ ପସରା କିଏ ମାପିପାରେ
ଫଗୁଣ ଆଣେ ହୋଲି କିଛି ଅବିର ରଙ୍ଗରେ ।
