ପ୍ରେମ ଏମିତିକା
ପ୍ରେମ ଏମିତିକା
ଯୁଆଡେ ଚାହିଁଲେ ଦିଶୁଛୁ ତୁ
ଜହ୍ନରେ ତାରାରେ ସୂର୍ଯ୍ୟରେ
ଦେଖି ପାରୁଛି ତତେ ମୁଁ
ତୋ ଛାଇ ପାଖେ ପାଖେ ରହେ କାହିଁ
ଜାଣିଛୁକି କହିବୁ ତୁ
ମୁଁ ତତେ ନା ତୁ ମତେ
ଦେଖୁଛୁ ନିଜ ଭିତରେ ଉପରେ ମାରି ହୁଁ
ଗୋଟେ ଝଟକ୍କରେ ଦେଖିଥିଲି ଥରେ
ଲାଜେଇ ଫୁଲେଇ ଫଗୁଣ ତୁ
ଗୁଣୁ ଗୁଣୁ ଗୀତ ଗାଉଛି ସଜନୀ ସେଦିନୁ ମୁଁ
ତତେ ଛୁଁ ଛୁଉଁ ଖୁସିରେ ପାଗଳ ମୁଁ
ଫୁଲର ବାସରେ ହସର ତୃଷାରେ ତୁ
ଧୂପରେ ଦୀପରେ ସଞ୍ଜ ସଳିତାରେ
ଅଛୁ ଥିଲୁ ଥିବୁ ତୁ,ପ୍ରେମ ଆଳତୀ କରୁଛି ମୁଁ
ତୁ ଭଗବାନ ମୁଁ ତୋ ଭକ୍ତ
ଶ୍ରେଷ୍ଠ ପ୍ରେମିକ ଟିଏ କେବେ ହୁଏ ମୁଁ
ଶ୍ରେଷ୍ଠ ପ୍ରେମିକା ଲାଗୁଛୁ ତୁ
ଭଜନ ଜଣାଣ ପ୍ରେମ ପୁଲକରେ ତତେ
ମୋ ହୃଦୟ ମତେ ତୋ ପରଶ କହୁଛି
ଥରଟେ ପ୍ରଣାମେ ମୁଁ, ହେଇଯା ମୋର ସବୁଦିନ ତୁ ।

