STORYMIRROR

Sunanda Mohanty

Tragedy Thriller Others

3  

Sunanda Mohanty

Tragedy Thriller Others

ହୋଲି ଆସି ଚାଲିଗଲା

ହୋଲି ଆସି ଚାଲିଗଲା

1 min
151


ସବୁ ଠିକ ଠାକ ଥିଲା

ମେଞ୍ଚାଏ ଅବିର ଓ ରଙ୍ଗ

ଜୀବନ ଚମକିବା ଆଗରୁ

ହୋଲି ଚାଲିଗଲା

ମାଦକତା ଆଭିଜାତ୍ୟ

ସବୁ ଧୂଳିସାତ ହେଲା ବେଳେ

ହୋଲି ପ୍ରକୃତିରୁ ଜୀବନରୁ

ଆଖିମୁଜି ଦେଇଥିଲା

ଭୁଲିବାକୁ ଚାହିଁ ଭୁଲିବା

 ସହଜ ନଥିଲା

ଖୋଜିଲେ ସ୍ବଦେହ ବିଦେହ

ହୋଇସାରିଥିଲା

ଏମିତି ଅଦିନରେ ହୋଲି ଚାଲିଯିବାର

ମାନେ କଣ ଆଉ ହୋଇପାରେ

କପାଳ ଲିଖନ

ଭୌତିକ ଜୀବନର ଅନୁସାଶନ

କିଛି କଷ୍ଟ ଗଣିତ ସମାଧାନ କରିବାକୁ

ରଙ୍ଗ ସବୁ ଚୋରାଇ ନେଇ

ହୋଲି ଅଚାନକ ଜୀବନକୁ ପଛ କରିଦେଲା

କିଏ ଜାଣିଥିଲା ଜୀବନର ଦୋଛକିରେ

ହୋଲି ଆସି ରହିବା ଭାବନା

ଦୁର୍ଭାବନା ହୋଇ ଛାଡ଼ି ଚାଲିଯିବ ଏମିତି

ଜୀବନ ସାରା ସିନ୍ଦୁର, ଝୁଣ୍ଟିଆ ପାଉଁଜି

ସୈନିକର ନବବଧୂ ଖୋଜିଲା ବେଳେ

ସୈନିକ ଯୋଗଜନ୍ମା ହୋଇସାରିଥିଲା ।


Rate this content
Log in

Similar oriya poem from Tragedy