STORYMIRROR

Sunanda Mohanty

Action Thriller Others

3  

Sunanda Mohanty

Action Thriller Others

ନାରୀ

ନାରୀ

1 min
208


ଦିନ ଅବା ରାତି ଟିଏ

ମୋ ପାଇଁ ସମାନ ଯାଏ

ରାତିପାହିବାଠୁ ରାତି ସରିବା 

ମୁଁ ନାରୀ ଟିଏ

କଞ୍ଚା ମାଟି ପିଣ୍ଡୁଳା ମାଆ ପାଇଁ

ଶିଷ୍ଟାଚାର ଠୁ ଯୌତୁକ ଜୁଇ ବାପା ଦାୟୀ

ହୁଏ ପାଠୋଇ ଶିକ୍ଷିତା ଝିଅ

ଦୁଷ୍କର୍ମକୁ ସଦା ଭୟ

ଦେଲା ନାରୀ ହେଲା ପାରି ଏବେ ଭାରି ଭୟ

ଦୁଇକୂଳର ହିତା ଏବେ ମେସିନ ଅବା ରୋବଟ

କହିଲେ କୂଳ କୁଟୁମ୍ବକୁ ଲାଜ

ନ କହିଲେ ନାରୀର ସତ୍ତା କଣ ନିହାତି ଜରୁରୀ

ସ୍ୱାର୍ଥ ତ୍ୟାଗ ନକଲେ ଅଳସୀ ଅପ୍ରିୟା ସାହସୀ

କଲେ କରିବା କଥା, ନହେଲେ ସେ ମୂଲ୍ୟବୋଧ

ଦୁଇ କୂଳକୁ ହିତା

କିଏ ଆଉ କହିବ କାହିଁ ଯେଣୁ ନାରୀ

ପରଝିଅ ଘରଭାଙ୍ଗି

ରାତିକୁ ଦିନ ସହ ସମାନ ନକରି

ନାରୀ ଯଦି କରୁଛି ଚାକିରୀ

କଳଙ୍କିନି ପରପୁରୁଷ ସନ୍ଧାନୀ

ସତରେ ନାରୀ କଣ କଲେ

ସମାଜ ଓ ଦୁଇକୁଳ ଖୁସି ହେବେ

ବୋଧହୁଏ ଅହଲ୍ୟା ହୋଇଗଲେ

ବା ସୀତାଙ୍କ ଭଳି ପାତାଳେ ପଶିଲେ

କଳିରେ ନାରୀର ସଂଜ୍ଞା ଅସାମାହିତ ଅପରିମିତ

ବୃତ୍ତ ଟିଏ ପରି ଘୁରୁଛି ଦିନ ରାତି ଏକାକାର କରି ।


Rate this content
Log in

Similar oriya poem from Action