ଚନ୍ଦ୍ରବିନ୍ଦୁ
ଚନ୍ଦ୍ରବିନ୍ଦୁ
ଅଧାଚାନ୍ଦ ତଳେ ତାରା ଆକାଶେ ଫୁଟିଲା
ଚାନ୍ଦରେ ଚନ୍ଦ୍ରବିନ୍ଦୁ କିଏ ଆଙ୍କିଦେଲା
ଓଡ଼ିଆ ପ୍ରାଣ ରେ ସନ୍ଧି, ସ୍ୱର ଳୟ ତାଳ l
ଚନ୍ଦ୍ରବିନ୍ଦୁ ଦେବାକୁ ସଭିଏଁ ବିକଳ ଆକୁଳ
ଧରା ରେ ତାରା ଫୁଲ ମହକ ଛୁଟିଲା
ଚାନ୍ଦରେ ଚନ୍ଦ୍ରବିନ୍ଦୁ ଚିତ୍ରଗୀତି ହେଲା
ଅପରୂପ ନିରାକାର ବ୍ରହ୍ମାଣ୍ଡେ ଚର୍ଚ୍ଚା l
ସୁନେଲି ସକାଳେ ଆକାଶ ଫର୍ଚ୍ଚା
କବି ଲେଖକ ସାହିତ୍ୟିକ ଖୋରାକ ପାଇଲା
ଜୋତିଷ, ପାଞ୍ଜିକାର ଓଁକାର ମଣ୍ଡଳେ ଆଙ୍କିଲା
ଶୁଭ ଅଶୁଭ ଉର୍ଦ୍ଧରେ ଦୃଶ୍ୟପଟ ସ୍ମୃତି ହେଇଗଲା l
ଏ ବର୍ଷ ମାସ ଦିନ ଆଧାରରେ ଗଜରା ପିନ୍ଧିଲା
ପତିତ ପାବନ ନେତ ନିଜ ଦେହ ଚନ୍ଦ୍ରବିନ୍ଦୁ
ଆକାଶେ ଉଡାଇ ବିନ୍ଦୁ ବିନ୍ଦୁ ଇନ୍ଦୁ ସାତସିନ୍ଧୁ
ଭକ୍ତ ମନୋରଥ ଆଭାସ ବିଭାସ ବାରିଲା l
ଚନ୍ଦ୍ରବିନ୍ଦୁ ଓଡ଼ିଆ ଲିପି ଓ ଭାଷା ର ସୌଧ
ମାତ୍ରା ସଂସ୍କାର ଭାଷା ପ୍ରାଚୀନ ଐକ୍ୟ ବିବିଧ
ସମନ୍ୱୟ ସମର୍ପିତ ସ୍ୱକୀୟ ଆନନ୍ଦ ଚନ୍ଦ୍ରବିନ୍ଦୁ ଦେଲା
ଅଧା ବାଟ ଅଧା ଚନ୍ଦ୍ର ଚାନ୍ଦିନୀ ସାଜିଲା l
ଚନ୍ଦ୍ରବିନ୍ଦୁ ସାଜିଥିବା ତାରା ମୋର ନିଜର
କେହି କହି ବୋଲି ଲେଖି ରଖୁଥିଲା
ଓଡ଼ିଆ ଓ ଆରାଧ୍ୟ୍ୟ ଦେବ କସ୍ତୁରୀ ବାସିଲା
ଦିବ୍ୟ ସ୍ୱରୂପ ଓ ଦିବ୍ୟ ସତ୍ତା ଚନ୍ଦ୍ରବିନ୍ଦୁ ପ୍ରକାଶିଲା l
