ପତ୍ନୀ,,,,,,,,
ପତ୍ନୀ,,,,,,,,
ଲେଖିବାକୁ ଇଛା ହୁଏ ଏକ ନୂଆ କିମ୍ବଦନ୍ତୀ
ଯେଉଁଠି ନାରୀ ଚରିତ୍ର ଭଗିନୀ ଜାୟା ଜନନୀ ଓ ପତ୍ନୀ
ସମସ୍ତଙ୍କ ଖାଇବା ବୁଝୁ ବୁଝୁ ଯିଏ ଭୁଲି ଯାଏ ଭୋକ
ସମସ୍ତଙ୍କ ପାଇଁ ସ୍ଵଛତା ସୃଷ୍ଟି କରି ଯେ ଅସନୀ
ଦିନେ କିନ୍ତୁ ଆସିଥିଲା ବଧୂ ବେଶେ ହୋଇକି ସଜନୀ
ପଛରେ ପଡିଯିବାର କାରଣ ଖୋଜିନି
ଗୋଠ ଛଡା ମେଣ୍ଢା, ଛେଳି, ଗାଇ ହରିଣ ମଣିଷ ପରି ଜଣେ
କେବେ ନାକ କାନ୍ଦୁରି ଆକ୍ଷା କେବେ ଦାୟଦର ଭିକ୍ଷା
ତଥାପି ପେଟ ପୂରେନି ଯଦିଓ ସେ ଜନନୀ
ଅହରହ ସଂଗ୍ରାମ କରୁଥାଏ ଅନ୍ୟ ପାଇଁ
ନିଜ ଭୋକ ଇଛା କାମନା ନିଜ ଭିତରେ ମାରିଦେଇ
ଇଛା ହୁଏ ଅହଲ୍ୟା ପରି ପଥର ହେବାକୁ
ସୀତାଙ୍କ ପରି ପାତାଳେ ପଶିଯିବାକୁ
ଦ୍ରୌପଦୀ ପରି ବିବସନା ହୁଏ ଥରକୁ ଥର
ହକ ମାଗିଲେ ଦାଗ ବସେ କଳଙ୍କିନି
ଚୁପ ରହିଲେ କିଛି ଜାଣିନି ନୁହେଁ ବରଂ
ଅଜଣା ଚାଉଳ ଭାତ ଖାଉଛି
ମରିବାକୁ ଇଛା କଲେ ମାରିପାରେନି
ଯୋଉ ସନ୍ତାନ ପାଇଁ ମରିପାରୁନଥିଲା
ବାର୍ଦ୍ଧକ୍ୟରେ ସେ ସନ୍ତାନ କହୁଛି ସେ କିଏ ମୁଁ ଜାଣିନି
ସେତିକି ବେଳେ ହାତଧରିଥିବା ମଣିଷଟା କହେ ଅର୍ଦ୍ଧାଙ୍ଗିନୀ
ସେତେବେଳକୁ ଗୋଠ ଛଡା ହୋଇସାରିଥିବା ପୁରୁଷର ପତ୍ନୀ
ଏକମାତ୍ର ଆହା ସାହା ରାହା ସଙ୍ଗିନୀ ।
