STORYMIRROR

Sunanda Mohanty

Romance Classics Thriller

3  

Sunanda Mohanty

Romance Classics Thriller

ପ୍ରେମ ସଂଜ୍ଞା

ପ୍ରେମ ସଂଜ୍ଞା

1 min
183


ରାଧା ନାମ ପ୍ରେମ ପାଗଳିନୀ

ସ୍ୱଦେହ ଉର୍ଦ୍ଧରେ ବିମୁଗ୍ଧତାରେ

ପ୍ରଶାନ୍ତି ଓ ଶାନ୍ତି କାମନା

ଶାଶୁ ନଣନ୍ଦ ଲଞ୍ଚ୍ଛନା

କାମନା ରହିତ ପ୍ରେମ

ସ୍ତବ୍ଧ ଚକିତ ପୁଲକିତ ସ୍ୱାମୀ

କୃଷ୍ଣ ନିଜେ ନୟନ ପଥଗାମୀ

ଦେହି ପଦ ପଲ୍ଲଵ ମୁଦାରେ

ରାଧା ସହ ବିଶାଖା ଲଳିତା କୁଞ୍ଜରେ

ସୁକ୍ଷ୍ମ ପ୍ରେମ ସୁକ୍ଷ୍ମ ଅବୟବ ଅତିନ୍ଦ୍ରିୟ

ପ୍ରକୃତି ପୁରୁଷ ପରିଚୟ

ପ୍ରେମ ନୁହେଁ ଶୃଙ୍ଖଳ

ପ୍ରେମ ନୁହେଁ ଶାରୀରିକ

ପ୍ରେମ ନୁହେଁ ବି ଭୌତିକ

ଭୋଗ ବିଳାସ କି ସୁରା ସାକୀ ମଦିରା

ପ୍ରେମ ଚିରସ୍ରୋତା ଜଳ ଧାରା

ବଞ୍ଚିବା ସାଧନା ବାରିଧାରା

ପୁଣ୍ୟ ପରାଣର ଶୃଙ୍ଖଳିତ ଚିନ୍ତାଧାରା

ମୀରା ଓ ରାଧା ଉଦାହାରଣ

ଶବରୀ ରାମଙ୍କୁ ଫଳ ପରିବେଷଣ

କଳା ଧଳା ଘୋଡାରେ କାଞ୍ଚି ଅଭିଯାନ

ମାଣିକ ଦହି ପରଷିବା ପର୍ଯ୍ୟବେକ୍ଷଣ

ଚିହ୍ନାଏ ପ୍ରେମ ଆଚ୍ଚରଣ ଉଚ୍ଚାରଣ ବିଚରଣ ।


Rate this content
Log in

Similar oriya poem from Romance