STORYMIRROR

ଅମିତ୍ କୁମାର ସେଠୀ

Inspirational Thriller Others

3  

ଅମିତ୍ କୁମାର ସେଠୀ

Inspirational Thriller Others

ଫଗୁଣର ଆଗମନ

ଫଗୁଣର ଆଗମନ

1 min
145

ଫୁଲେ ଫୁଲେ

ଫଗୁଣର ଆଗମନ

ବାସନ୍ତୀ ପବନରେ

ଧରା ମଧୁମୟ

ବକୁଳର ମହମହ ବାସ

ମଳୟର ମହକରେ ମହକିତ,

ଶୋଭିତ ମହନୀୟ ,

ମନଲୋଭା,

ମନମତାଣିଆ ନବପଲ୍ଲବିତ

ପ୍ରକୃତିକୁ ଦେଖିଦେଲେ

ମନମୁଗ୍ଧ ହୋଇଯାଏଁ 

ଗ୍ରୀଷ୍ମର ପ୍ରକୋପ ନଥାଏ,

ନଥାଏ ଶ୍ରାବଣର ଭୟ,

ନଥାଏ ହେମାଳ ପବନକୁ ଖାତିର 

କୋଇଲିର କୁହୁ କୁହୁ ତାନ,

ସୁଶୀଳତ ପରିବେଶରେ ଘୁରି

ବୁଲିଲେ ମନ ନବ

ବସନ୍ତ ପାଲଟେ,

ଦେହ ସାଜେ ନବବାସନ୍ତୀ 

ପଳାସ କୃଷ୍ଣଚୂଡ଼ା,

ମଧୁମାଳତୀ ଫୁଲରେ

ବନ ଉପବନ

ବସନ୍ତ ଋତୁକୁ ସଜାଏ 

ଚଉଦିଗ ଉଡ଼େ

ଫଗୁଣର ଫଗୁ ରଙ୍ଗ

ତେବେ ଏହି ବାସ ଭରାଫଗୁଣର ।


Rate this content
Log in

Similar oriya poem from Inspirational