ଉତ୍କଳ ଦିବସ
ଉତ୍କଳ ଦିବସ
ଉଠରେ ଉଠରେ ଉତ୍କଳ ସନ୍ତାନ
ଉଠିବୁ ତୁ କେତେଦିନେ
ପୂରୁବ ଗୌରବ ପୂରୁବ ମହିମା
ପଡୁନିକି ତୋର ମନେ
ଉଣେଇଶଶହଛତିଶ ମସିହା ଏପ୍ରିଲ ପହିଲା
ଓଡିଶା ଭାଷା ସାହିତ୍ୟ କଳା ସଂସ୍କୃତି ନିଦର୍ଶନେ
ଓଡିଶା ସ୍ୱତନ୍ତ୍ର ପ୍ରଦେଶ ଗଠିତ ସତାଅଶୀ ବର୍ଷ ତଳେ
କ୍ରିୟାଶୀଳ ଗତିଶୀଳ ପରମ୍ପରା ଅବଦାନେ
ଓଡିଶା ଉନ୍ନତ ଉନ୍ନତି ତାର ଖାଦ୍ୟ ପୋଷାକ
ପ୍ରାଚୀନ ସାହିତ୍ୟିକଙ୍କ ସାହିତ୍ୟିକ ଅଭିଧାନେ
ଗୋପବନ୍ଧୁ ଗାଇ ଉଠିଥିଲେ ସେଦିନେ
ଜଗତେ ସରସ ଭାରତ କମଳ
ତା ମଧ୍ୟେ କେଶର ପୁଣ୍ୟ ନୀଳାଚଳ
ଥିଲେ ଯହିଁ ତହିଁ ଭାରତ ବକ୍ଷରେ
ମଣିବି ମୁଁ ଆଜି ଆପଣା କକ୍ଷରେ
ଉତ୍କଳ ଗୌରବ କୁଳବୁଦ୍ଧ ମଧୁସୂଦନ
ଅତିବଡ଼ି ଜଗନ୍ନାଥ ଦାସ ସାରଳା ଦାସ ଗରୀୟାନ
ପରିଚୟ ଓଡିଶାର ଅଗ୍ରଣୀ ସାହିତ୍ୟକାର
କୃଷ୍ଣ ଚନ୍ଦ୍ର ଗଜପତି ଗୌରୀଶଙ୍କର ରାୟ ମହୀୟାନ
ଫକୀର ମୋହନ ସେନାପତି, ଗୋଦାବରୀଶ ମିଶ୍ର ଆଦି
ରଖିଲେ ଓଡ଼ିଆ ଭାଷା ଓଡିଶା ପ୍ରଦେଶ ସ୍ୱାଭିମାନ
ପାରଳା ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ମହୋଦୟ
ଛଡ଼ାଇ ଆଣିଲେ ଓଡିଶା ପରିଚୟ ସମ୍ମାନ
ସେହି ଜାତି ପ୍ରୀତି ଭାଷା ସାହିତ୍ୟ ପାଣ୍ଡିତ୍ୟ ସଂସ୍କୃତି
ନୀତିସୁରକ୍ଷା ବଳୟେ ହେଉ ଅଗ୍ରଗତି ମହିୟାନ ।
