STORYMIRROR

CHINMAYEE PRADHAN

Tragedy Fantasy Thriller

4  

CHINMAYEE PRADHAN

Tragedy Fantasy Thriller

ମୋନାଲିସା

ମୋନାଲିସା

1 min
276

ତୁମକୁ କେବେ ତ ସାମ୍ନାରେ ଦେଖିନି

ଦେଖିବି କି ନା ଜାଣିନି ମୋନାଲିସା, 

ଲାଗୁଥିଲ ମତେ ତୁମେ ନିଜର 

ନିଜର ଲାଗୁଥିଲା ମତେ ତୁମ ଭାଷା। 


ଅବିଶ୍ୱସନୀୟ ଥିଲା ମୋ ପାଇଁ 

ତୁମର ସେ ସନ୍ଧ୍ୟାର କଥା, 

କେମିତି କରିବି ବା ବିଶ୍ବାସ 

କହୁଥିଲ ତୁମେ ମୋତେ ଥିଲ ଅନ୍ତଃସତ୍ତ୍ଵା। 


ହଠାତ୍ କହୁଛ ତୁମେ ଅଛ ବେଶ୍ୟାଳୟେ

କାହିଁ ଗଲା ଗର୍ଭସ୍ଥ ସନ୍ତାନ 

କେଉଁ ସେହି କାଳବେଳା ସଜାଇଲା ବାରାଂଗନା

ପରିବାରଠାରୁ କରିଲା ବିଚ୍ଛିନ୍ନ।


ସ୍ଵାମୀ ଅବା ପିଶାଚ ସେ କଲା ଏଡେ କର୍ମ 

ସଜାଇଲା ବେଶ୍ୟା ପୁଣି ଗର୍ଭ କରି ନଷ୍ଟ, 

ପରନାରୀ ସଂଗେ ପ୍ରୀତି ହେବାରୁ ବିରୋଧ 

ବେଶ୍ୟା ବୃତ୍ତି କରିବାକୁ କଲା ମତେ ବାଧ୍ୟ। 


ଆଇନ ରକ୍ଷକ ସିଏ କାନୁନ୍ ତା ହାତେ 

ଅଭିଯୋଗ ଶୁଣି ଆଉ କିଏ ଦେବ ନ୍ୟାୟ, 

ରାତି ଥିଲା ଅନେକ ଆଉ ଜଣେ ଥିଲା ସ୍ଵାମୀ 

ଅସଂଖ୍ୟ ପୁରୁଷ ଆଜି ଅପବିତ୍ର କାୟ। 


ଆଜି ବି ଆସୁଛି ହୋଲି ଆଉ ଆଜି ବି ଆସେ ରଜ

ଫରକ ପଡେନା ମତେ ମୁଁ ତ ନିତ୍ୟ ହୁଏ ସଜ, 

ନିଭୃତ କୋଠରୀ ଯେବେ ହେଲା ବାସସ୍ଥାନ 

ଦେଖିନାହିଁ ଜହ୍ନ କେବେ ଦେଖିନି ମୁଁ ସୂର୍ଯ୍ୟ। 


ସମାଜରେ ଭଦ୍ରଲୋକ ଖାତିର ଯାହାର 

ବୋଲାନ୍ତି ସେବକ ଯିଏ ଏଇ ସାମାଜର, 

ସ୍ତ୍ରୀ ପାଖେ ବୋଲିଥାନ୍ତି ଯିଏ ସତ୍ୟବାନ 

ଶଯ୍ୟାସଂଗିନୀ ମୁଁ ହୁଏ ସେହି ମାନଙ୍କର। 


ଅଣନିଃଶ୍ବାସୀ ହେଇପଡିଲିଣି ମୁଁ 

ଏଇ ପିଶାଚ ମାନଙ୍କର ମଦ ଆଉ ସିଗାରେଟ୍ ଧୂଆଁରେ, 

ବାସ ଭୁଲିଛି ରଜନୀଗନ୍ଧା ଆଉ ବାସୁ ନାହିଁ ମଲ୍ଲୀ 

ଅସ୍ତବ୍ୟସ୍ତ ଦେହ ଆଉ ମନ ମୋର କାମୁକ ପଞ୍ଝାରେ। 


ପକ୍ଷ ବିହୀନ ପକ୍ଷୀଟିଏ ମୁଁ ଉଡି ଯାଇ ପାରିବିନି ଦୂରେ 

ବନ୍ଧା ପଡିଛି ଜୀବନ ମୋର ଏଇ ନିଭୃତ କୋଠରୀରେ, 

ନା ମୁଁ ବଞ୍ଚି ପାରୁଛି ନା ମୁଁ ମରି ପାରୁଛି 

ମୃତ୍ଯୁ ବି ମୁହଁ ମୋଡି ଚାଲିଯାଏ ଦୂରେ। 


ବିଶ୍ବାସ ପାରୁନି କରି କଥାକୁ ତୁମର 

ଆଖିରୁ ମୋ ଅଜାଣତେ ବହିଯାଏ ଅଶ୍ରୁ ଧାର, 

ଲିଭିଯାଏ ପ୍ରେମ ମୋର ଅନ୍ଧାରେ ହେଇ ଝାପ୍ସା 

ଫେରି ଆସ ପାଶେ ମୋର ମନର ମାନସୀ ପ୍ରିୟ ମୋନାଲିସା। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy