ମହା ବିଷୁବ ସଂକ୍ରାନ୍ତି
ମହା ବିଷୁବ ସଂକ୍ରାନ୍ତି
ଚଇତରେ ଆମ ପଣା ସଂକରାନ୍ତି
ଅନାଦି କାଳରୁ ଏ ଆମ ସସ୍କୃତି
ପୂଣ୍ୟମୟ ଭ୍ରତ ଖଣ୍ଡ
ନିଦାଘେ ବିଷୁବ ମଣ୍ଡଳେ ଉଦିତ
ହୋଇଥାନ୍ତି ମାରତଣ୍ଡ ।।
ଦିବସ ରଜନୀ ସମାନ ସମାନ
ବୀର ହନୁମନ୍ତ ହୁଅନ୍ତି ଜନମ
ପୂଣ୍ୟମୟ ହେଲା ମାଟି
ରାମ ନବମୀରେ ରାମଜନ୍ମ ହୋଇ
ଅବତରି ଆସିଥାନ୍ତି ।।
ରସାଳ ପାଦପେ “ହଳଦୀ ରଙ୍ଗର
ଫଳ” ଦୃଶ୍ୟ କିବା ଫୁଟା ତାରାଫୁଲ
କୃଷ୍ଣଚୂଡା ଧାଡି ଧାଡି
ହଳଦୀ ବସନ୍ତ ନୃତ୍ୟ ରତେ “ରଙ୍ଗ
ଫୁଲ” ପଡୁଥାଏ ଝରି ।।
ବାସନ୍ତୀ ଦେବୀଙ୍କ ପୁଜା ଆରାଧନା
ପ୍ରକୃତି ବୁକୁରେ ଉଡେ ରଙ୍ଗ ବାନା
ଏବେଳେ ବିଷୁବ ମିଳନ
ଭାରତ ଭୂଇଁରେ ଅମୃତ ପ୍ରବାହ
ବିଜେ ନିଜେ ତ୍ରିଲୋଚନ ।।
ଚଇତି ପରବ ଚଇତି ନାଚରେ
ନୂଆବର୍ଷ ଆସେ ଆମ ଉତ୍କଳରେ
ବୈଶାଖେ ବର୍ଷ ଆରମ୍ଭ
ଉପବାସ ଭାଙ୍ଗେ ପଣା ପିଇ ତେଣୁ
ପଣା ସଂକରାନ୍ତି ପର୍ବ ।।
ତୁଳସୀ ଚଉରା ବସୁନ୍ଧରା ଘଡି
ପଣା ପୁଜା ସ୍ଥଳ ଛାମୁଣ୍ଡିଆ ଭିଡି
ପୁର ପଲ୍ଲୀ ଉତ୍-ଫୁଲ୍ଲିତ
ପବିତ୍ର ଲଗନେ ଉପଗତ “ମହା
ବିଷୁବ”ମିଳନ ପର୍ବ ।।
ଜଗନ୍ନାଥ ଘାଟ ବ୍ରାହ୍ମଣୀ ନଦୀରେ
ବାରୁଣୀ ସ୍ନାହନ ପୂଣ୍ୟ ଯୋଗ ବଳେ
ମହା ବିଷୁବ ସଂକ୍ରାନ୍ତି
ହିନ୍ଦୁ ପରଂପରା ୟେ ଆର୍ଯ୍ୟାବର୍ତ୍ତ ର
ପ୍ରାଚୀନ ପୂଣ୍ୟ ସଂସ୍କୃତି ।।
ସରି ସରି ଆସେ ମଧୁର ମହକ
ହଜି ହଜି ଯାଏ ଏ ଜାତୀର ଟେକ
ଭୁଲିଛୁ ଆମ ସଂସ୍କୃତି
ତଥାପି ଜାତୀୟ ଜୀବନେ “ପୁଲକ
ଆଣେ” ପଣା ସଂକରାନ୍ତି ।।
ପାଶ୍ଚାତ୍ୟ ସଂସ୍କୃତି ଭିନ୍ନ ଭିନ୍ନ ଧର୍ମ
ଦଳବଳ ସାଜି କରନ୍ତି ସଂଗ୍ରାମ
ଅନେକ ବନ୍ଧନ ଫେଡି
ମୋ ଜାତିର ଟେକ ଜୈତ୍ରୀ ଉଡଇ
ଗରବେ ଆକାଶ ଚିରି ।।
ଆସ ଆସ ବନ୍ଧୁ ପରିଜନ ମିଳି
ପାଳିବା ପରବ ରଖିବାରେ ଧରି
ପୂର୍ବ ପୁରୁଷଙ୍କ କୀର୍ତ୍ତି
ଭାରତ ପବିତ୍ର ପୂଣ୍ୟ ଧର୍ମ କ୍ଷେତ୍ର
(ପୂଣ୍ୟମୟ ଆମ)
ଜାତି ସଂହତି ସଂସ୍କୃତି ।।
