ସମ୍ପର୍କର ଠିକଣା କି ଜଣା
ସମ୍ପର୍କର ଠିକଣା କି ଜଣା
ଏମିତି ତ ରାତି ନାହିଁ ସ୍ଵପ୍ନ ଜମା ଆସିନାହିଁ
ତମ ନାମ ସାଥେ ମୋ ନାମ ଲେଖା
ଏମିତି ବି ଦିନ ନାହିଁ ତମ ଅପେକ୍ଷାରେ ରହି
ହୋଇନାହଁ କେବେ ଦେଖା ।
ଏମିତି ପୁର୍ଣ୍ଣିମା ଚାନ୍ଦରେ ମୁଁ ଲେଖିନାହିଁ
ତମ ନାମ ଠିକଣା ଗାଁ
ଏମିତି ଅମାବାସ୍ୟା କାହିଁ ଘୋର ଅନ୍ଧକାରେ ରହି
ଲେଖୁ ଲେଖୁ ଲେଖିନି ତମ ନାଆଁ ।
ଏମିତି ଫଗୁଣ ନାହିଁ ତମ ପାଦ ଛୁଇଁ ନାହିଁ
ନହେଉ ବି ତମ ସହ ଦେଖା
ଏମିତି ମଳୟ କାହିଁ ବା ବତାସ ବହିନାହିଁ
ଚନ୍ଦନ କସ୍ତୁରୀ ଯାର ନାଆଁ ।
ଏମିତି ଶ୍ରାବଣ କାହିଁ ଶ୍ରାବଣୀ ସାଧବ ବୋହୂକୁ କହି
ମୋ ପାଖରେ ହୋଇନାହିଁ ଠିଆ
ଏମିତି ବି ଗୀତ ନାହିଁ ସ୍ଵରରେ କୋଇଲି ଥାଇ
କହିଦିଏ ଇନ୍ଦ୍ରଧନୁ ଛଳନା ନକରି ଏଠୁ ଯାଆ ।
ଏମିତି ଗପଟେ କହି ବୁଢୀମା କୋଉଠି କାହିଁ
ଶୁଆଇନି ନାତିକୁ ତା ଡାକି ବାବୁ ଆ ଆ
ଏମିତି ସକାଳ କାହିଁ ନିଦ ଯାର ଭାଙ୍ଗି ନାହିଁ
ଶୁଣି କାଉର କାଆ କାଆ ।
ଏମିତି ବି ନଈ ନାହିଁ ସମୁଦ୍ରରେ ମିଶିଯିବା ପାଇଁ
ଉଠିପଡ଼ି ଗଡି ତେଢ଼ା ମେଢ଼ା ଧାଆଁ
ଏମିତି ବି ବାହିନାହିଁ କିଏ କେବେ ପଢ଼ିନାହିଁ
ଗୀତା ଭାଗବତ ଯାର ନାଆଁ ।
