STORYMIRROR

Krushna Chandra Lenka

Drama Inspirational Thriller

4  

Krushna Chandra Lenka

Drama Inspirational Thriller

ଖରା ତାତି ଆଗେ ଭୋକର ଗତି

ଖରା ତାତି ଆଗେ ଭୋକର ଗତି

1 min
439

ଖଇ ଫୁଟା ଖରା ସହରଟା ସାରା

   ଜନ ଶୂନ୍ୟ ଦିଶେ ଧରା,

ଲାଗଇ ଯେମନ୍ତ ଖରାର ରାଜୁତି

  ଏ ମର୍ତ୍ତ୍ୟମଣ୍ଡଳ ସାରା।


ଜଳୁଚି ଜଗତ  ଜଳୁଚି ଜୀବନ

  ଜୀବିକା ଯାଉଚି ସିଝି,

ତଥାପି ମଣିଷ ସହି ଏଠି କ୍ଳେଶ

  ଲଗାଏ ଜୀବନ ବାଜି।


ମଥା ପରେ ରବି ଦିଶେ ଯେବେ ଛବି

  ତଣ୍ଟି ଯାଏ ଶୁଖି ଶୁଖି,

ପ୍ରାଣ ରକ୍ଷା ପାଇଁ  ବୁନ୍ଦେ ଜଳ କାହିଁ

   ମିଳୁଚି କି ମନ ଲାଖି ।


ପ୍ରାତଃ କାଳେ ଯହିଁ  ରବି ଆସେ ଉଇଁ

    ଦିବସଟି ସିନା ହସେ,

ଖରା ନାଲି ଆଖି  ଏ' ଜଗତ ଦେଖି

  କାନ୍ଦେ ତା' ସନ୍ତାନ ପାଶେ।


କହେ ଧରା ମାତା  ଶୁଣ ମୋର କଥା

   ଯାଅ ନାହିଁ ଖରା କାଳେ,

ବେଗେ କାମ ସାରି ଗୃହେ ଯାଅ ଫେରି

   କର ନାହିଁ ହେଳା ତିଳେ।


ତିଳେ ହେଁ କାତର ନକରି ଏ' ନର

  ଗୃହ ଛାଡେ ପେଟ ପାଇଁ,

ନୋହିଲେ କେମନ୍ତ  ଚଳିବ ତା' ଘର

  ପାରିବେ କି କେହି ଜିଇଁ ।


ରୋଗୀ ମାଆ ପାଇଁ ଔଷଧ ଯେ କାହିଁ

    ମିଳିବ କି ଘରେ ରହି,

ପୁଅ ଭବିଷ୍ୟତ ହୋଇଯିବ ଅନ୍ତ

   ପାରିବ କି ସେତ ସହି ।


ସେପାଇଁ ମଣିଷ ସହି ଖରା କ୍ଳେଶ

  ଘରୁ ଯାଏ ପାଦ କାଢି,

ବୃତ୍ତି ଆଗେ ତାର  ନାହିଁ ଖରା ଡର

   ପଡୁ ପଛେ ଯେତେ ବେଡି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama