ଶ୍ରବଣ କୁମାର
ଶ୍ରବଣ କୁମାର
ଅଯୋଧ୍ୟା ରାଜ୍ୟର ଶୁଦ୍ରକୂଳେ ଜନ୍ମି
ଥିଲେ ଅନ୍ଧ ମୁନିବର
ପତିପତ୍ନୀଙ୍କର ଶ୍ରବଣ ନାମରେ
ଥିଲା ଏକଇ କୁମର ।
ପିତାମାତା ହେଲେ ଅନ୍ଧ ଓ ଅନ୍ଧୁଣି
ଶ୍ରବଣ ନେତ୍ର ପିତୁଳା
ଅତି ଆଦରରେ ପିତାମାତା ସେବା
ନିତି କରେ ମୁନି ବଳା ।
ଏକଦା ପିତା ପୁଛା କଲେ ଶ୍ରବଣ
ତୀର୍ଥ ଭ୍ରମଣରେ ଇଚ୍ଛା
ପବିତ୍ର ସ୍ଥାନରେ ପାଦ ଥାପି ଦେଲେ
ପୂର୍ଣ୍ଣ ହେବ ମନବାଞ୍ଛା ।
ପିତାମାତାଙ୍କର ଇଚ୍ଛାକୁ ସମ୍ମାନ
ଦେବା ପାଇଁ ମୁନି ସୁତ
ଭାର କରି ବୋହି ତୀର୍ଥ ଭ୍ରମଣରେ
ବାହାରିଲେ ମୁନି ସୁତ ।
କାନ୍ଧରେ ବହନ କରି ପିତା ମାତା
ତୀର୍ଥ ଗମନେ ଚଳନ୍ତି
ସରଜୁ ନଦୀରୁ ଜଳ ଆଣିବାକୁ
କମଣ୍ଡଳୁ ଧରି ଯାନ୍ତି ।
ଏହି ସମୟରେ ପ୍ରବେଶ ସେଠାରେ
ହେଲେ ୠଷି ପର୍ଶୁରାମ
ତୃଷା ଲାଗିଲାଣି ଜଳ ଦିଅ ମୋତେ
ଚକିତେ ହେଲେ ଶ୍ରବଣ ।
ବୋଲେ ଧୀରେ ବାଣୀ ଆହେ ଋଷିବର
ମୁଁ ଜେ ଶୁଦ୍ର ମାତ ସୁତ
ସ୍ଵର୍ଗ ଦେବ ପରି ଲାଗନ୍ତି ଆପଣ
ମୋ ଜଳ ଯୋଗ୍ୟ ନୁହେଁ ତ ।
ପର୍ଶୁରାମ ହସି ବୋଲିଛନ୍ତି ଭାସି
ମାତା ଶୁଦ୍ର ନୁହେଁ ତୋର
ଧନ୍ୟ ପିତାମାତା ଧନ୍ୟ ତୋ ଜୀବନ
ବହିଛୁ ତାଙ୍କୁ କାନ୍ଧର ।
ବୋଲନ୍ତି ଶ୍ରବଣ ଆହେ ମୁନି ଶୁଣ
ଏହି ମୋର ପିତା ମାତା
ଆଜ୍ଞା ଦେଲେ ଦେବି ଜଳଦାନ ପ୍ରଭୂ
ଆହେ ପ୍ରଭୂ ବ୍ରହ୍ମ ବେତ୍ତା ।
ହସି ବିଶ୍ୱାମିତ୍ର ବୋଲୁଛନ୍ତି ଗିର
ଦିଅ ବାବୁ ମୋତେ ନିର
ଶୁଦ୍ର ନୁହେଁ ତୋର ସ୍ନେହ ପ୍ରେମ ଶ୍ରଦ୍ଧା
କିଣିଛି ମନ ମୋହର ।
ଶ୍ରବଣ କୁମାର ଜଳ ଦାନ କରି
ବୋଲୁଛନ୍ତି ଧୀରେ ବାଣୀ
ପିତା ମାତା ଟିକେ ଦର୍ଶନ ନିମନ୍ତେ
କରୁଛି ପ୍ରଭୂ ମାଗୁଣି ।
ଚଳି ପର୍ଶୁରାମ ଦେଲେ ଦରଶନ
ମାତା ପିତା ହେଲେ ଧନ୍ୟ
ଯୁଗେ ଯୁଗେ ତୁମେ ଅମର ହୋଇବ
କରୁଛି ଏହି କଲ୍ୟାଣ ।
ଅଯୋଧ୍ୟା ନରେଶ ଦଶରଥ ବାଣ
ଭେଦିଲା ସିନା ପରାଣ
ୠଷି ପର୍ଶୁରାମ ଦର୍ଶନ ଲଭିଣ
ପିତା ମାତା ହେଲେ ଧନ୍ୟ ।
ଅମର ହେଲେ ଶ୍ରବଣ
ବାଣ୍ଟି ଗଲେ ବାର୍ତ୍ତା ପିତାମାତା ସେବା
କରେ ନିତି ଯେଉଁ ଜନ
ତାଙ୍କରି ଆଶିଷେ ମାନବ ଜୀବନ
ହୋଇ ଯାଇଥାଏ ଧନ୍ୟ
ଶ୍ରବଣ କୁମାର ଧନ୍ୟ l
