କୃଷକ ଜୀବନ
କୃଷକ ଜୀବନ
ଆହା କି ମହାନ କୃଷକ ଜୀବନ
ସାରା ଜଗତରେ ଅଟେ ଅତୁଳନ ।
ଆହାର ଦେଇ ଯେ ଅପର ଜୀବନ
ରଖେ ,କରି ନିତି ନିତି ପରିଶ୍ରମ ।
ନୀରସ ଜୀବନେ ନିଷ୍ପ୍ରଭ ଶରୀରେ
କ୍ଷେତେ ଲାଗି ରହେ ଆହା କି ଆଶାରେ ।
ଉପୁଜାଏ ତହୁ ସ୍ବର୍ଣ୍ଣ‐ଶସ୍ୟ ରାଶି
ଜନତା କଲ୍ୟାଣେ ଅପରେ ପରଷି ।
ଆପେ ସହିଥାଏ ଦୁଃଖ କଷ୍ଟ ଜ୍ଜ୍ବାଳା
ତାପେ ରହି କେବେ ନକରିଣ ହେଳା ।
ଆପଣା କରମେ ଥାଏ ନିତିଦିନ
ମାନବ ସମାଜେ ଯୋଗାଉଛି ଅନ୍ନ ।
ଶସ୍ୟ‐ସଂପଦରେ ଭରା କ୍ଷେତ ଚାହିଁ
ମନେ ତା'ର କ୍ଷଣେ ଉଲ୍ଲାସ ଜାଗଇ ।
ବଢି,ମରୁଡି,ଓ ବନ୍ଯା, ବାତ୍ୟା‐ଦୁର୍ବିପାକ
ସାଥେ କେତେ ଘୋଟେ ନିତି ପ୍ରାକୃତିକ ।
ବିପାକ ସହିତ କୃତ୍ରିମ ବିପାକେ
ମୁର୍ହୁ ମୁର୍ହୁ ସହେ ଦାଉ ସେ ଅନେକେ ।
ଦହି ହୋଇ ଆପେ ଯନ୍ତ୍ରଣା ଜ୍ଜାଳାରେ
ଅନ୍ନ ବସ୍ତ୍ର ଅର୍ପେ ଅପର ହିତରେ ।
ଜୀବନ ତାହାର ଆହାକି କରୁଣ
ଫସଲ ହାନୀ ସାଙ୍ଗକୁ କୃଷିଋଣ ।
ଭାରରେ ଆକ୍ରାନ୍ତ ହୋଇ ଅନଟନ
ସହି ବଞ୍ଚି ରହି ମାତ୍ର କିଛିଦିନ ।
ଅଭାବ ତାଡନେ ହୋଇ ଅସହାୟ
ଆତ୍ମହତ୍ୟା କରି ଘେନଇ ବିଦାୟ ।
ପ୍ରତି ଦିନ ଯାହା ସହସ୍ର ସଂଖ୍ୟାରେ
ଘଟି ଚାଲିଅଛି ଆଜି ସମାଜରେ ।
କୃଷି ଓ କୃଷକ ଉନ୍ନତି ଲକ୍ଷ୍ୟରେ
ଯେତେକ ଯୋଜନା ହେଉଛି ଦେଶରେ ।
କାଣିଚାଏ ସୁଦ୍ଧା କାହିଁରୁ ସୁଫଳ
ନମିଳେ କୂଷକ ଜୀବନେ ବିକଳ ।
ହୋଇ ତ୍ରାହି ତ୍ରାହି କରଇ ଚିତ୍କାର
ଆଧୁନିକତାର ଏ କି ଚମତ୍କାର ।
କୂଷକ ଜୀବନ ଆହାକି ' କରୁଣ
ତା' ଲାଗି ରହିଛି ଅବା ଯେ କଅଣ ।
ଜୋକ ପରି ତାଠି ଲାଗନ୍ତି ଅପରେ
ଧନ୍ୟ ଯିଏ ମୁଣ୍ତ ଝାଳ ତୁଣ୍ତେ ମାରେ ।
ଆନେ ଅନ୍ନଦେଇ ଦୁଃଖଜ୍ଜ୍ବାଳା ସହି
ଆନ ମୁଖେ ହସ ‐ସାହସ ଯୋଗାଇ ।
ଥାଏ ସମାଜରେ ଆନନ୍ଦ ‐ଆଦରେ
ଯାତ‐ମଉଛବ, ଆଦି ପରବରେ ।
ଜୀବନ ‐ମାଧୁର୍ଯ୍ଯ ତୂପ୍ତି ‐ଆବେଗରେ
ସିନା କ୍ଷଣେ କେବେ ମାତେ ମଉଜରେ ।
ହେଲେବି ଆଜିର କୂଷକ ଜୀବନେ
ଯନ୍ତ୍ରଣା ଯେ ବଢି ଚାଲିଛି ସଘନେ ।
