STORYMIRROR

Krushna Chandra Lenka

Drama Inspirational Thriller

4  

Krushna Chandra Lenka

Drama Inspirational Thriller

ମାଆ ଓ ମମତା

ମାଆ ଓ ମମତା

1 min
404

ନିତି ଦିନ ପରି ସେଦିନ ବିଦ୍ୟାଳୟରୁ ଫେରି,

ଘର ଆଡ଼େ ପିଲା ଯାଉଚି ମନେ ଆନନ୍ଦ ଭରି।

କାନ୍ଧେ ବହି ଥଳି ଧରିଣ ଗୃହେ ହେଲା ହାଜର,

ତାର ଖୁସି ଦେଖି ଜନନୀ ପକାଇଲେ ନଜର।

କହିଲେ, ବାବୁରେ ଏମନ୍ତ ଖୁସି ନଥିଲୁ ଦିନେ,

ଆଜ କାହିଁ ଏତେ ତୋ' ଖୁସି ବୁଝି ପାରେନି ମନେ!

ମାଆ କଥା ଶୁଣି ପିଲାଟି ବହି ଥୋଇଣ ତଳେ,

କହିଲା, ନୂଆ ବହି ମତେ ଆଜ ମିଳିଚି ପୁଳେ।

ନୂଆ ବହି ଦେଖି ତା'ମାଆ ହେଲେ ଭାରି ଚକିତ,

ପୁସ୍ତକ ପାଇଁ ତତେ ମୁହିଁ ଅର୍ଥ ଦେଇନି ସୁତ।

ତେବେ ଏଇ ନୂତନ ବହି କାହୁଁ ପାଇଲୁ ଧନ,

ଦୀନ ଜନ ପାଇଁ ଗୁରୁଜୀ ପୁସ୍ତକ କଲେ ଦାନ।

ପୁତ୍ର କଥା ଶୁଣି ଜନନୀ କହିଲେ, 'ଶୁଣୁ ବାବୁ'

ବିଦ୍ୟାଳୟେ ନେଇ ଏ'ବହି ନିଶ୍ଚେ ଫେରାଇ ଦେବୁ।

କେତେ କେତେ ପୁରୁଣା ବହି ଆଣିଚି ମୁଁ ତୋ ପାଇଁ,

ତେବେ ଏଇ ପୁସ୍ତକ ପାଶେ ମନ ବଳାଉ କାହିଁ?

ମାତା ମୁଖ ଚାହିଁ ପିଲାଟି କହିଲା ଶୁଣ ମାଆ,

ନୂଆ ବହି କାହୁଁ ଦେଇଚ ମତେ କହୁନ କିଆଁ?

ଗରିବ କୁଟୀରେ ଜନମ ନେଇଚେ ପରା ଆମେ,

ନୂଆ ବହି ପାଇଁ ପଇସା କାହୁଁ ପାଇବା ଭୂମେ।

ପୁରୁଣା ନବ ବହି ମଧ୍ୟେ ପ୍ରଭେଦ ନାହିଁ କିଛି,

ଏସବୁ ପୁସ୍ତକେ ଜାଣେ ତୁ ସମାନ ପାଠ ଅଛି।

ସେନେହ ଆଦରେ ଜନନୀ କୋଳେ ସନ୍ତାନ ଧରି,

କହିଲେ, ଆମ୍ଭଠୁଁ ଗରିବ ଦେଶେ ଅଛନ୍ତି ଭାରି।

କେତେ କେତେ ଦୀନ ସନ୍ତାନ ରହିଛନ୍ତି ଏ' ଦେଶେ,

ଭୋଜନ ପାଇଁ କି ସମ୍ବଳ ତିଳେ ନଥାଏ ପାଶେ।

ସେ କାହୁଁ ପାଇବେ ପୁସ୍ତକ ପାଠ ପଢିବା ପାଇଁ,

ତେବେ ସେଯେ ପଢିବେ ପାଠ ଫେରାଇଲେ ତୁ ଯାଇ।

ଧନୀ ଲୋକ ଯଦି ଛଡ଼ାନ୍ତି ଗରିବ ଅଧିକାର,

ନ୍ୟାୟ ପାଇବ କି ଗରିବ କହ ଏ'ଦେଶେ ତୋର।

ନିଧନ ଜନତା ବଢ଼ିବେ ଦିନୁଁ ଦିନ ଏ'ଦେଶେ,

କେମନ୍ତ ହୋଇବ ବିକାଶ ଦେଶ କା'ର ସକାଶେ?

ମାତା ବାଣୀ ଶୁଣି ପିଲାଟି ମନ ବୁଝାଇ ଦେଇ,

ଫେରାଇ ଦେଲା ନୂଆ ବହି ବିଦ୍ୟାଳୟେ ସେ ନେଇ।

କହିଲା, 'ଗୁରୁଜୀ ଏ'ବହି ବାଣ୍ଟିବ ଦୀନ ଜନେ',

ପାଠ ପଢି ଭଲ ମଣିଷ ସେଯେ ହୋଇବେ ଦିନେ।

ଜନନୀ ମମତା ପାଇଣ ବଡ଼ ହୋଇଲା ସେତ,

ଇଂରାଜୀ କବି ସାମୁଏଲ ନାମେ ହେଲା ବିଖ୍ୟାତ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama