Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Chandra Mishra

Thriller

4  

Prafulla Chandra Mishra

Thriller

ବଉଳ ଫୁଲ

ବଉଳ ଫୁଲ

1 min
321



ବଉଳ ଫୁଲ ଲୋ ବଉଳ ଫୁଲ

ଟିକି ତାରା ସମ ଦିଶୁ ଡଉଲ ଲୋ, ।


ମଳୟ ମନ୍ଦ ମରୁତ,  ମଧୁର କୋଇଲି ଗୀତ

ତରୁ ଶାଖା ମୁକୁଳିତ  ମଣ୍ଡନ କରି ତୁ ବୃନ୍ତ

କେଡେ ସୁନ୍ଦର‌ ତୁ, ହୋଇ ଉତ୍ତଫ୍ଫୁଲ୍ଲ, ବଉଳ ଫୁଲ ଲୋ ।


ପବନେ ଯାଉତୁ ମିଶି   ସୁରଭି ଦେଉ ପରଷି

ମଧୁପ ମହୁ ପ୍ରଲୁବ୍ଧେ  ଶୋଷନ୍ତି ଲୋ ମନ ମୁଗ୍ଧେ

ପ୍ରେମ ହସ ଆହା, କେଡେ ମଞ୍ଜୁଳ, ବଉଳ ଫୁଲ ଲୋ ।


ଭୁରୁ ଭୁରୁ ମୃଦୁ ବାଶ  ଚହଟଇ ଚଉପାଶ

ଦିଗନ୍ତ ବିସ୍ତାରି ତୋର   ପବନରେ ସୁଗନ୍ଧର

ଅନୁଭୁତେ ପ୍ରାଣ, ହୁଏ ତଲ୍ଲିନ, ବଉନ ଫୁଲ ଲୋ ।


ତୋ ଫୁଲ ଗଜରା ହାର,  କହ୍ନେଇ ଗଳାର ମାଳ

ରାଧା ରାଣୀ ଉପହାର   ମାଧବ ଦିଶେ ସୁନ୍ଦର

କେହିତ ନୁହଁଇ, ଲୋ ସମତୁଲ, ବଉଳ ଫୁଲ ଲୋ ।


ସଜ ସତେଜ ମହକ  ଅମଉଳା କାନ୍ତି ରୂପ

ରହିରହି ବହୁ ଦିନ   କରୁ ତୁ ମନୋରଞ୍ଜନ

ଦେବ ଭୋଗ୍ୟା ତୁ ଲୋ, ଅମୂଲ ମୂଲ, ବଉଳ ଫୁଲ ଲୋ ।


କୋମଳ ଦଳ ରଞ୍ଜିତ  ନୀଳାଭ ଚିର ହରିତ

ପଲ୍ଲବେ ଛତ୍ର ଛାୟାର  ଶିତଳ ଶିକ୍ତ ସମୀର 

ପ୍ରଦାନେ ପ୍ରସିଦ୍ଧ, ପାଦପ ତୋର, ବଉଳ ଫୁଲ ଲୋ ।


Rate this content
Log in

Similar oriya poem from Thriller