STORYMIRROR

Satyanarayan Sahoo

Tragedy Thriller

4  

Satyanarayan Sahoo

Tragedy Thriller

ବୃକ୍ଷ କ୍ଷୟ ଓ ଲୋପର ପରିଣାମ

ବୃକ୍ଷ କ୍ଷୟ ଓ ଲୋପର ପରିଣାମ

1 min
291

 


ଆଗ କାଳେ ସ୍ଥାନ ମାନ ବଣ ଜଙ୍ଗଲରେ

ଭରି ଥିଲା ସବୁ ଠାରେ ବୃକ୍ଷ ଗହଳରେ ।୧


ଆପଣା ଉଦ୍ଦେଶ୍ୟେ ନର ସବୁ କାଟି ଦିଏ 

ସୁନ୍ଦର ଶ୍ୟାମଳ ଭୂମି ରୁକ୍ଷ ହୋଇ ଆସେ । ୨


ଦିନୁ ଦିନ ନିଜ ଶୋଭା ହରାଏ ମେଦିନୀ

କ୍ରମ ବର୍ଦ୍ଧମାନ କ୍ରୂର ଅତ୍ୟାଚାର ଘେନି ।୩


ଥିଲା ଯେ ପ୍ରକୃତି ପୂର୍ବ ଶୋଭାର ସମ୍ଭାର

ସୁଶାନ୍ତ ସୁନ୍ଦର ସାଥେ କମନୀୟତର ।୪


 ବୃକ୍ଷ ଓ ଜଙ୍ଗଲ ବଣ କାଟି ପଦା କରି

କ୍ଷଣ କ୍ଷଣ ଦୂତ ତର ଶ୍ୟାମଳିମା କ୍ଷରି ।୫


କଂକ୍ରିଟ ଜଙ୍ଗଲ ଆଉ କଳ କାରଖାନା

ପ୍ରସାରେ ଉନ୍ମତ୍ତ ରତ ନକରି ଭାବନା ।୬


ବର୍ଣ୍ଣାଢ୍ୟ ‐ବହୁଳ ଘଞ୍ଚ ଅରଣ୍ୟ ଅମାପ

ଅବକ୍ଷୟ ହେତୁ ଆଜି ଧରେ ଉଗ୍ରରୂପ ।୭


କାଟି ପଦା କରିବାରୁ ପ୍ରକୃତି ପ୍ରକୋପ

ବଢେ ବଢି ଘୂର୍ଣ୍ଣି ବାତ୍ୟା ସାଥେ ଭୂମିକମ୍ପ ।୮


ଅନାବୃଷ୍ଟି ଅତିବୃଷ୍ଟି ବଢଇ ପ୍ରବଳ

ତା' ଉପରେ ବଢି ଚାଲେ ଅଙ୍ଗାରକାମଳ ।୯


ପରିବେଶ ପ୍ରଦୂଷଣ ଅଂଶୁଘାତ ବୂଦ୍ଧି

ଦାରୁଣ ସମସ୍ୟା ମାନ ସୁଜୁ ଅଛି ଆଜି ।୧୦



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy