Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

kamal kumar dash

Classics Inspirational Thriller

4  

kamal kumar dash

Classics Inspirational Thriller

ତୁମେ ସବୁ ଆସ ଥରେ

ତୁମେ ସବୁ ଆସ ଥରେ

1 min
527


 

   

  ତୁମେ ସବୁ ଆସ  ମୋ ପାଖରେ ଥରେ 

        ଏକlଠି ବସିବା ସାଥୀ

 ମନ ଖୋଲି ଥରେ    ସ୍ମୃତି ସାଉଣ୍ଟିବା

       ଚାହା ପିଇ ହସି ହସି ।

    

କିଏ ଜାଣେ ଏଠି     କାହାର ସମୟ 

    କେତେବେଳେ ସରିଯିବ 

ଶେଷ ଗୁଡ଼ ବାୟ    କହିବାକୁ ସାଥୀ

     ସମୟ ହେବ ନ ହେବ ।


କେତେ ଭାବି ଥିଲେ   କରିବାକୁ କାମ

      ମନ ଆଉ ସପନରେ 

କିଛି ତ ହୋଇଛି     କିଛି ହୋଇ ନାହିଁ 

     ଆଜି ଜୀବନ ବାଟରେ ।


କିଛି ସାଙ୍ଗ ଆମେ     ଛାଡିତ ଗଲେଣି 

     ସମୟ ସାଥିରେ ଧୀରେ 

ପିଲା ମାନେ ସବୁ      ଦୁରକୁ ଗଲେଣି 

     ବୁଢା ବୁଢ଼ୀ ଖାଲି ଘରେ ।


ଆମେ ତ ଜାଣିନେ      କେମିତି ସମୟ 

      ଆଗକୁ ଆସିବ ବୋଲି 

 ଫେରି ଆସ ସାଥି        ଏକାଠି ବସିକି 

      ସମୟ କୁ ଯିବା ଭୁଲି ।


  ଗଲା ପରେ ସବୁ      ମନେ ପକାଇବେ 

       ଫୁଲ ତୋଡ଼ା ଦେଇ ଆସି 

 ପ୍ରଶଂସା କରିବେ     ଲୁହ ଝରାଇବେ 

         ଭୁଲି ବୁନି ତୁମେ କହି ।


ଏବେ ଥରେ ଆସ     ମୋ ପାଖରେ ବସ 

       ଗପିବା ସେ ଗଲା କଥା 

ସପନରେ ଭରା         ସ୍ନେହର ସେଦିନ 

        ଭଲ ପାଇବାର କଥା ।  

    


Rate this content
Log in

Similar oriya poem from Classics