STORYMIRROR

Chittaranjan Nanda

Romance Fantasy Thriller

4  

Chittaranjan Nanda

Romance Fantasy Thriller

ସ୍ମୃତିରେ ସମ୍ପର୍କର ନୂଆ ମୁହଁ

ସ୍ମୃତିରେ ସମ୍ପର୍କର ନୂଆ ମୁହଁ

1 min
393


ସ୍ମୃତିରେ ରହିଛି,

ବେଶବାସ ହୋଇ, ରୂପକୁ ସଜାଇ

ନାଲିଆ ଅଧରେ, ମଥାରେ ଗଜରା ଦେଇ, 

ସାମନାରେ ଦେଖା ଦେଇ, ଅନ୍ତରେ ତୃଷା,

ନୟନ ଯୁଗଳେ, ଇସାରାରେ ପରସିଲ ପ୍ରେମର ଭାଷା ।


ସ୍ମୃତିରେ ରହିଛି,

କିପରି କ୍ଷଣିକ ଦେଖାରେ,

ହୃଦୟରେ ମୋ ସପନକୁ ଭରି ଦେଲା,

ମୋ ମନକୁ ଚୋରାଇ ନେଲା ।


ସ୍ମୃତିରେ ରହିଛି,

ଥିଲା ସେ ଅମୃତର ବେଳା,

ହୃଦୟ ମୋ ଗଲା ଝରି,

କାମନା ବାସନାକୁ ଭରି ଦେଲା ।


ସ୍ମୃତିରେ ରହିଛି,

ସେଦିନ କିପରି ବରଷା ରାଣୀ ବିଜେ କଲା,

ମନ ମୟୂରୀକୁ ମୋର ନଚେଇଲା,

ହୃଦୟରେ ପ୍ରେମର ଇନ୍ଦ୍ରଧନୁ ଆଙ୍କି ଦେଲା ।


ସ୍ମୃତିରେ ରହିଛି,

ସେ ଅମୃତର ବେଳାରେ,

ମନ ନିବୁଜ କୋଠରୀ ଖୋଲିଗଲା,

ପିଇଲି ପ୍ରଣୟର ମଧୁସାରା, ମନ ହୋଇ ମତୁଆଲା ।

   

ସ୍ମୃତିରେ ରହିଛି,

ସେ ପ୍ରୀତିର ଅସରନ୍ତି ଗାଥା,

ବିଦଗ୍ଧ ମନରେ ଦେଇଥିଲା ଶୀତଳତା,

ମୋ ପ୍ରୀତି ଅନ୍ବେଷଣେ ସାଥି ହେଲ ହୋଇ ସମର୍ପିତା ।


Rate this content
Log in

Similar oriya poem from Romance