STORYMIRROR

Sunanda Mohanty

Tragedy Action Thriller

4  

Sunanda Mohanty

Tragedy Action Thriller

ସାବିତ୍ରୀ ବ୍ରତ

ସାବିତ୍ରୀ ବ୍ରତ

1 min
405


ଲଷ୍ମୀ ବ୍ରତ ପରେ ସାବିତ୍ରୀ

ଦୁହିତା ଶିରୋମଣି ସେ ସତୀ

ସୀତାଙ୍କ ପରି ସେ ଝିଅଟିଏ

ସ୍ୱାମୀ ସୁହାଗିନୀ ବୋଲାଏ ଯିଏ

ମନ ହୃଦୟରେ ଯାହାଙ୍କୁ ବରି

ମୃତ୍ୟୁ ନିକଟ ଜାଣି ବି ବାଜି ମାରି

ସ୍ୱାମୀ ଶାଶୁ ଶଶୁରଙ୍କୁ ଆଦରି

ପିତା ଧର୍ମ ମାତା ତପ ବାଳୀ ସ୍ମରି

ନାରଦ ଉଵାଚ ହେତୁକରି

ଦିନ ଗଣୁଥାଆନ୍ତି ରାଜକୁମାରୀ

ସ୍ୱାମୀ ସାଥେ କଲେ ବନ ଗମନ

ଲଷ୍ମୀ ନାରାୟଣ ବ୍ରତ କରି ପାଳନ

ମୃତ୍ୟୁ ତ ଆସିବ ନିଜ ବାଟରେ

ସତ୍ୟବାନ କୋଳେ ଥିଲେ ମୃତ୍ୟୁ ପରେ

ନିଜେ ଯମଦେବ ଆସିଲେ ଧାଇଁ

ସତ୍ୟବାନଙ୍କ ଆତ୍ମାଙ୍କୁ ଘେନି ଯିବା ପାଇଁ

ଗୋଡ଼ାଇଲେ ମାତା ପଛେ ପଛେ ଯମଙ୍କ 

ଯମଦେବ କହନ୍ତି ମିଛ ସଂସାରେ ଏ ରଙ୍କ

ନଶୁଣନ୍ତି ମାତା ପଛେ ଗୋଡ଼ାନ୍ତି

ତିନି ବର ମାଗ ମା ଶେଷେ ଦେବ କୁହନ୍ତି

ପିତା ମାତା ଶାଶୁ ଶାଶୁରଙ୍କ ରାଜ୍ୟ

ଫେରି ପାଆନ୍ତୁ ବର ମାଗି ସାବିତ୍ରୀ ଆଜ

ତଥାସ୍ତୁ କହି ଯମଦେବ ଯାଆନ୍ତି

ପଛେ ପଛେ ମାତା ଦ୍ୱିତୀୟ ବର ମାଗନ୍ତି

ଅନ୍ଧ ଶାଶୁ ଶାଶୁରଙ୍କ ଚକ୍ଷୁ ଦାନ ଦିଅନ୍ତି

ତଥାପି ମା ସାବିତ୍ରୀ ନାଛୋଡବନ୍ଧା

ଶତ ପୁତ୍ର ଜନନୀ ହେବୁ ଫେରିଯା

ସାବିତ୍ରୀ କୁହନ୍ତି ସତ୍ୟ ବଚନ ଯଦି ଦେଇଛ

ସ୍ୱାମୀ ଫେରାଇ ନେବି ପୁତ୍ରବତୀ ହେବି କହିଛ

ହାରିଲେ ଯମ ଦେଲେ ଫେରାଇ ସତ୍ୟବାନ

ସେଦିନୁ ସଧବା ନାରୀ ପୂଜିଲେ ବ୍ରତ ଏଦିନ

ଉପମା ଅଳଙ୍କାର କି ହେବ ସାବିତ୍ରୀଙ୍କର

ସ୍ୱାମୀ ସୁହାଗିନୀ ପତିବ୍ରତା ଧର୍ମ ବେଭାର ।


Rate this content
Log in

Similar oriya poem from Tragedy